ମୁମ୍ବାଇ: କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ପୂର୍ବରୁ ରେପୋ ହାର ଏକାଧିକ ଥର ହ୍ରାସ କରାଯାଇଛି। ଏହାର ପ୍ରଭାବରେ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଋଣ ସୁଧ ହାର କମାଉଛନ୍ତି। ଏଥିଯୋଗୁ ଅଟୋମୋବାଇଲ ଏବଂ ଗୃହ ଋଣ ଆଦିର ସୁଧ କମୁଛି। ତେବେ ଆଗାମୀ ଦିନରେ ବ୍ୟାଙ୍କ ଗୁଡ଼ିକ ରେପୋ ହାର ହ୍ରାସଜନିତ ଲାଭ ଗ୍ରାହକଙ୍କୁ ଅଧିକ ମାତ୍ରାରେ ଦେବେ ବୋଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଏହା କହିଛନ୍ତି। ସୁଧ ହାର ହ୍ରାସର ଲାଭ ଗ୍ରାହକଙ୍କୁ ୬୯ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ମିଳିଛି। ଆଗାମୀ ଦିନ ଗୁଡ଼ିକରେ ଦେଶରେ ଋଣ ପ୍ରଦାନରେ ସୁଧାର ଆସିବ ବୋଲି ସେ କହିଛନ୍ତି। ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇଥିଲେ। ସେ କହିଥିଲେ, ବ୍ୟାଙ୍କ ଗୁଡ଼ିକ କୃଷି କ୍ଷେତ୍ରକୁ କିଭଳି ଋଣ ପ୍ରଦାନ କରୁଛନ୍ତି ତାହାକୁ ସେ ଅନୁଧ୍ୟାନ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତମାସ ବଜେଟ୍ ପରେ ମୁଦ୍ରାନୀତି ସମୀକ୍ଷା କରିଥିଲେ। ଏଥିରେ ରେପୋ ହାରକୁ ୫.୧୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଥିଲା। ବିଶ୍ବରେ ପୁଞ୍ଜି ନିବେଶ ପରିବେଶରେ ଅନିଶ୍ଚିତତା ସହିତ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବାରୁ ରିଜର୍ଭ ବ୍ୟାଙ୍କ ରେପୋ ହାରରେ କୌଣସି ପରିବର୍ତ୍ତନ ଆଣିନାହିଁ।
ଶକ୍ତିକାନ୍ତ ଦେଲେ ଭରସା, ବ୍ୟାଙ୍କ ସୁଧ ହାର ଆହୁରି କମାଇବେ
/sambad/media/post_attachments/wp-content/uploads/2019/10/Shaktikanta-Das-1-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)