ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ଅଳ୍ପ ଦିନରେ ଶେଷ ହେବାକୁ ଯାଉଛି। ଦେଶ ଏବେ ଦରବୃଦ୍ଧି ବିରୋଧରେ ଲଢ଼େଇ କରୁଥିବାରୁ ତାଙ୍କୁ ଆଉ ତୃତୀୟ ଥର ସୁଯୋଗ ମିଳିବ ନା ନାହିଁ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କୋଭିଡ୍ ମହାମାରୀ ସମୟରେ ବେଶ୍ ପାରଦର୍ଶୀ ଢଙ୍ଗରେ ରିଜର୍ଭ ବ୍ୟାଙ୍କର ପରିଚାଳନା କରି ସେ ବିଶ୍ବବ୍ୟାପୀ ପ୍ରଶଂସା ସାଉଁଟିଥିଲେ। ୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଘୋଷଣା କରିଥିବା ବିମୁଦ୍ରୀକରଣକୁ ସଫଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ଶକ୍ତିକାନ୍ତଙ୍କୁ ପୁରସ୍କାର ସ୍ବରୂପ ୨୦୧୮ ଡିସେମ୍ବର ୧୨ରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା।
ସେହି ସମୟର ଗଭର୍ଣ୍ଣର ଉର୍ଜିତ ପଟେଲ୍ ସରକାରଙ୍କ ସହ ମତଭେଦ ଯୋଗୁ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହଠାତ୍ ଇସ୍ତଫା ଦେଇ ଚାଲିଯିବାରୁ ଅଡ଼ୁଆରେ ପଡ଼ିଥିବା ସରକାର ଶକ୍ତିକାନ୍ତ ଉପରେ ଭରସା ପ୍ରକଟ କରିଥିଲେ। ୨୦୨୧ରେ ତାଙ୍କ କାର୍ଯ୍ୟକାଳକୁ ଆଉ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଗତ ସାତ ଦଶନ୍ଧି ମଧ୍ୟରେ ଶକ୍ତିକାନ୍ତ ସବୁଠୁ ଲମ୍ବା ସମୟ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି। ଯଦି ତାଙ୍କୁ ଆଉ ଏକ ସୁଯୋଗ ମିଳିବ ତେବେ ସେ ରେକର୍ଡ କରିବେ। ଆର୍ଥିକ କ୍ଷେତ୍ରରେ ବଡ଼ ପଦରେ ଥିବା ଆଉ ଜଣେ ଓଡ଼ିଆ ଅଧିକାରୀ ଦେବାଶିଷ ପଣ୍ଡାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି। ୨୦୨୨ ମାର୍ଚ୍ଚ ୧୪ରେ ତାଙ୍କୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍ଡିଏଆଇ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ୨୦୪୭ ସୁଦ୍ଧା ସମସ୍ତଙ୍କ ପାଖରେ ବୀମା ପହଞ୍ଚାଇବାର ମହତ୍ବାକାଂକ୍ଷୀ ଲକ୍ଷ୍ୟ ଉପରେ ସେ କାର୍ଯ୍ୟ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/16/6gAqbS3eGhZguUrozkKJ.jpg)