ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରମାଗତ ୨ୟ ବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କର୍ ଭାବେ ମନୋନୀତ ହୋଇଛନ୍ତି। ଶକ୍ତିକାନ୍ତ ଦାସ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ଏ+ ରେଟିଂ ପାଇଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାର ସ୍ଥିରତା ଏବଂ ସୁଧ ହାର ନିୟନ୍ତ୍ରଣ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ବର୍ଷ ମଧ୍ୟ ସେ ଶ୍ରେଷ୍ଠ ବ୍ୟାଙ୍କର୍ ଘୋଷିତ ହୋଇଥିଲେ ।
ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୧୯୯୪ ମସିହାରୁ ପ୍ରକାଶିତ ହୋଇଛି । ଏହା ସମଗ୍ର ବିଶ୍ୱର ୧୦୧ଟି କେନ୍ଦ୍ରୀୟ ବଙ୍କରର କାର୍ଯ୍ୟଦକ୍ଷତା ମାପିଥାଏ । ଗତବର୍ଷ ମଧ୍ୟ ତାଙ୍କୁ ଏ+ ରେଟିଂ ମିଳିଥିଲା। ଏହି ରିପୋର୍ଟରେ ଗ୍ରେଡ୍ କୁ ଏ ଏବଂ ଏଫ୍ ରେଟିଂ ମଧ୍ୟରେ ରେଟିଂ କରାଯାଇଛି। ଗ୍ଲୋବାଲ ଫାଇନାନ୍ସ ମାଗାଜିନ୍ ଏକ ବର୍ଷ ମଧ୍ୟରେ କେଉଁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରଦର୍ଶନ କରିଛି ତାହା ଦେଖେ ।