ଡାଭୋସ୍: ଜିନ୍ଦଲ ଫାଉଣ୍ଡେସନ୍ର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶାଲୁ ଜିନ୍ଦଲ ଡାଭୋସ୍ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ୍ରେ ଅଂଶଗ୍ରହଣ କରି ସକାରାତ୍ମକ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଇନ୍ଭେଷ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ୟାଭିଲିୟନରେ ଦକ୍ଷତା ବିକାଶ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସହ ଯୋଗଦେଇଥିଲେ। ଦକ୍ଷତା ଅଭାବଦୂର କରିବା ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବାରେ ଜିନ୍ଦଲ ଫାଉଣ୍ଡେସନ ଏବଂ ଭାରତ ସରକାରଙ୍କ ମଧ୍ୟରେ ପ୍ରଭାବଶାଳୀ ସହଯୋଗକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷତା ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଓମେନ ଇନ୍ସ୍ପେରିଂ ନେଟ୍ୱର୍କ ଦ୍ୱାରା ଆୟୋଜିତ ଜେନେରେସ୍ନାଲ ୱେଲ୍ଥ ଶୀର୍ଷକ ଏକ ଅଧିବେଶନରେ ଯୋଗଦେଇ ସେ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ବିଭିନ୍ନ ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ପଦକ୍ଷେପଗୁଡିକ କିପରି ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ତାହା ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ବିଶ୍ବ ଅର୍ଥନୈତିକ ଫୋରମ୍ରେ ଶାଲୁ ଜିନ୍ଦଲ
ଜିନ୍ଦଲ ଫାଉଣ୍ଡେସନ୍ର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶାଲୁ ଜିନ୍ଦଲ ଡାଭୋସ୍ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ୍ରେ ଅଂଶଗ୍ରହଣ କରି ସକାରାତ୍ମକ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନର ପ୍ରତିବଦ୍ଧତା...
/sambad/media/media_files/2025/01/25/n2rp3Fv669ZtRpBqAxia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)