ମୁମ୍ବାଇ : ମଙ୍ଗଳବାର ସକାଳେ ବୃଦ୍ଧି ସହ ଖୋଲିଥିବା ଷ୍ଟକ ବଜାର ବନ୍ଦ ହେଉ ହେଉ ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି । ବିଏସଇ ସେନସେକ୍ସ ୧ ହଜାର ପଏଣ୍ଟ ଉପରେ ଓ ଏନଏସଇ ନିଫଟି ୩୩୩ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି ।
ଦିନ ମଧ୍ୟରେ ସେନସେକ୍ସ ୧୬୦୦ ପଏଣ୍ଟ ପର୍ଯ୍ୟନ୍ତ ଖସିଯାଇଥିଲା, ସେହିପରି ୫୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଥିଲା । ସେହିପରି ମିଡ୍ କ୍ୟାପ୍ ସୂଚକାଙ୍କ ସକାଳର ସର୍ବୋଚ୍ଚ ସ୍ତରଠାରୁ ୨୨୦୦ ପଏଣ୍ଟର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳୁଛି।
ଭାରତୀୟ ଷ୍ଟକ ବଜାରରେ ଦ୍ରୁତ ହ୍ରାସ ଯୋଗୁଁ ନିବେଶକମାନେ ଏପର୍ଯ୍ୟନ୍ତ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଏସଇରେ ତାଲିକାଭୁକ୍ତ କଂପାନିଗୁଡ଼ିକର ବଜାର ପୁଞ୍ଜି ୩୬୬ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି, ଯାହା ପୂର୍ବ କାରବାର ଅଧିବେଶନରେ ୩୭୪.୩୮ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ ବିଏସ୍ଇ ମାର୍କେଟ କ୍ୟାପ୍ ୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଏହାକୁ ହିଁ ନିବେଶକଙ୍କ କ୍ଷତି ଭାବେ ଦେଖାଯାଉଛି ।
ବଜାରରେ ବ୍ୟାଙ୍କିଙ୍ଗ ସେୟାରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଛି। ନିଫ୍ଟିର ବ୍ୟାଙ୍କିଙ୍ଗ୍ ଷ୍ଟକ୍ ଇଣ୍ଡେକ୍ସ ବ୍ୟାଙ୍କ ନିଫ୍ଟି ୯୧୮ ପଏଣ୍ଟ ବୃଦ୍ଧି ସହ ୯୧୯ ପଏଣ୍ଟରେ କାରବାର କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/WhatsApp-Image-2024-01-23-at-16.02.13.jpeg)