ମୁମ୍ବାଇ: ଚଳିତ ମାସ ଶେଷ ସପ୍ତାହ ଚାଲିଥିବାରୁୁ ଫ୍ୟୁଚର୍ ଆଣ୍ଡ୍ଅପ୍ସନ୍ସ କଣ୍ଟ୍ରାକ୍ଟର ମାସିକ ଫଇସଲା ଜାରି ରହିଛି। ଏଥିପାଇଁ ଅନେକ ନିବେଶକ ଆଜି ନିଜ ପାଖରେ ଥିବା ସେୟାର କମ୍ ଦାମ୍ରେ ବିକ୍ରି କରିବାରୁ ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ୬୯୫ ପଏଣ୍ଟ୍ ଭଳି ବଡ଼ ଧରଣର ହ୍ରାସ ଘଟିଛି ଓ ତାହା ୪୩,୮୨୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ଷ୍ଟକ ବଜାରର ନିବେଶକମାନେ ଗୋଟିଏ ଦିନରେ ୨.୨୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୧୯୭ ପଏଣ୍ଟ୍ ହ୍ରାସ ପାଇ ୧୨,୮୫୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ଗୋଟିଏ ଦିନରେ ଏଚ୍ଡିଏଫ୍ସି ବ୍ୟାଙ୍କ ୧୯,୮୧୮ କୋଟି ଟଙ୍କା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୧୧,୭୩୨ କୋଟି ଟଙ୍କା ଏବଂ ଟିସିଏସ୍ ୮୦୩୮ କୋଟି ଟଙ୍କା ହରାଇଛନ୍ତି। ଆଜି ନିବେଶକମାନେ ବ୍ୟାଙ୍କ ଓ ଆଇଟି କଂପାନିଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ ବିକିଥିଲେ।
ମାସ ଶେଷ ଫଇସଲା ପ୍ରଭାବ: ସେୟାର ବିକି ନିବେଶକ ହରାଇଲେ ୨.୨୬ କୋଟି ଟଙ୍କା
/sambad/media/post_attachments/wp-content/uploads/2020/03/Sensex_nifty_BSE_NSE_traders_NSE-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)