ସେୟ‌ାର, ମୁଦ୍ରା ବଜାରରେ ଅସ୍ଥିରତା‌

ମୁମ୍ବାଇ: ପାଞ୍ଚଟି ଦେଶର ନିର୍ବାଚନ ଫଳାଫଳ ଘୋଷଣାର ଦିନ ହୋଇଥିବାରୁ ବମ୍ବେ ଷ୍ଟକ ବଜାର ଓ ଜାତୀୟ ଷ୍ଟକ ବଜାରରେ  କାରବାର ଅସ୍ଥିର ରହିଥିଲା। ବମ୍ବେ ଷ୍ଟକ ବଜାରରେ କାରବାର ଆରମ୍ଭ ହେବାର କିଛି ସମୟ ଭିତରେ ସେନ୍‌ସେକ୍ସ ୫୦୦ ପଏଣ୍ଟ୍ ତଳକୁ ଖସିଯାଇଥିଲା। ଅପରାହ୍ନ ସାଢ଼େ ଦୁଇଟା ପରେ ପରିସ୍ଥିତି ସୁଧୁରିଥିଲା। ଆଜି କାରବାର ଶେଷ ବେଳକୁ ୧୯୦ ପଏଣ୍ଟ୍‌ର ବୃଦ୍ଧି ସହ ୩୫,୧୫୦ ପଏଣ୍ଟ୍‌ରେ ସେନ୍‌ସେକ୍ସ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିପ୍ଟି ୬୯ ପଏଣ୍ଟ୍‌ ବୃଦ୍ଧି ପାଇ ୧୦,୫୫୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। କେତେକ ରାଜ୍ୟରେ କଂଗ୍ରେସ ପକ୍ଷରୁ ବିଜେପକୁ କଡ଼ା ଟକ୍କର ମିଳିବା ପରେ ନିବେଶକମାନେ ଚିନ୍ତିତ ହୋଇପଡ଼ିଥିଲେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ ଇସ୍ତଫା ପ୍ରଦାନ କରିଥିବା ଖବର ମଧ୍ୟ ନିବେଶକମାନଙ୍କୁ ଚିନ୍ତାରେ ପକାଇଥି‌ଲା। କିନ୍ତୁ ଅପରାହ୍ନରେ ନିର୍ବାଚନ ଫଳାଫଳ ଚିତ୍ର ଅଧିକ ସ୍ପଷ୍ଟ ହେବା ପରେ ନିବେଶକମାନେ ମନଖୋଲି କାରବାର କରିବାକୁ ସେନ୍‌ସେକ୍ସରେ ‌ହୋଇଥିବା କ୍ଷତି ଭରଣା ହୋଇଥିଲା।
ଆଜି ମୁଦ୍ରା ବିନିମୟ ବଜାରେ ମଧ୍ୟ କାରବାର ଆରମ୍ଭ ହେବା ବେଳକୁ ଅସ୍ଥିରତା ଦେଖାଦେଇଥିଲା। ପ୍ରାରମ୍ଭିକ କାରବାର ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୧୦ ପଇସା ଖସିଯାଇଥିଲା। ଏକ ଡଲାର ମୂଲ୍ୟ ୭୨ ଟଙ୍କାରୁ ଅଧିକ ହୋଇଯାଇଥିଲା। ଗୋଟିଏ ଦିନରେ ୧ ଟଙ୍କା ୧୦ ପଇସା ଭଳି ମୂଲ୍ୟ ହରାଇଥିଲା ଟଙ୍କା। ଅବଶ୍ୟକ କାରବାର ଶେଷ ବେଳକୁ ସେଥିରେ ସୁଧାର ହୋଇଥିଲା ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୧ ଟଙ୍କା ୩୪ ପଇସାରେ ବନ୍ଦ ହୋଇଥିଲା।

ସମ୍ବନ୍ଧିତ ଖବର