ଭୁବନେଶ୍ବର: ଷ୍ଟକ ବଜାରରେ ହେଉଥିବା ସେୟାର କାରବାର ବିଷୟରେ ଲୋକମାନଙ୍କ କମ୍ ଧାରଣା ରହିଥିବାରୁ ସେମାନେ ସେଥିପ୍ରତି ବିଶେଷ ଆଗ୍ରହ ଦେଖାନ୍ତି ନାହିଁ। ପୂର୍ବରୁ ତାହା ଏକ ଜଟିଳ ବ୍ୟାପାର ମନେ ହେଉଥିଲା। କିନ୍ତୁ ପ୍ରଯୁକ୍ତିରେ ହୋଇଥିବା ଉନ୍ନତି ସେୟାର କାରବାରକୁ ବେଶ ସହଜ କରିପାରିଛି। ଅନେକ ସଂସ୍ଥା ମୋବାଇଲ୍ ଆପ୍ ଜରିଆରେ ଲୋକମାନଙ୍କୁ ଷ୍ଟକ ବଜାରରେ ନିବେଶ କରିବାର ସୁଯୋଗ ଦେଉଛନ୍ତି। ଏବେ ଯୁବପିଢ଼ି, ଗୃହିଣୀ, ପେସାଦାରମାନେ ସେୟାର କାରବାର ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। କୋଭିଡ୍ ମହାମାରୀ ସମୟରେ ସକ୍ରିୟ ନିବେଶକ ସଂଖ୍ୟା ୧୦.୪ ନିୟୁତ ବୃଦ୍ଧି ପାଇଛି। ୨୦୨୦ର ଅକ୍ଟୋବରରୁ ଡିସେମ୍ବର ଭିତରେ ଏଞ୍ଜେଲ୍ ବ୍ରୋକିଂରେ ୫,୧୦,୦୦୦ ନୂଆ ନିବେଶକ ଯୋଡ଼ି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨% ପ୍ରଥମ ଥର ଲାଗି ଟ୍ରେଡିଂ ଆରମ୍ଭ କରିଛନ୍ତି। ଅଧିକାଂଶ ନିବେଶକ ହେଉଛନ୍ତି ନୂଆ ପିଢ଼ିର ଯୁବକଯୁବତୀ, ଗୃହିଣୀ, କର୍ମଜୀବୀ ମହିଳା, ଡାକ୍ତର ଓ ଇଞ୍ଜିନିୟରିଂ ଇତ୍ୟାଦି। ମୋବାଇଲ୍ ଆପ୍ ବିକଶିତ ହେବା ପରେ ଯୁବପିଢ଼ି ସେୟାର କାରବାର ପ୍ରତି ଅଧିକ ରୁଚି ଦେଖାଇଛନ୍ତି। ମୋବାଇଲ୍ ଆପ୍ ଷ୍ଟୋର୍ରେ ଅନେକ ଟ୍ରେଡିଂ ଆପ୍ ଉପଲବ୍ଧ ରହିଛି। ସେଥି ମଧ୍ୟରୁ ହାତଗଣତି ଆପ୍ ବହୁଳ ଭାବେ ବ୍ୟବହୃତ ହେଉଛି। ଆପ୍ ଡାଉନ୍ଲୋଡ୍ କରିବା ପୂର୍ବରୁ କେତେକ ବିଷୟ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ତାହା ହେଉଛି ଆପ୍ର ସ୍ପିଡ୍, ପ୍ରଦର୍ଶନ, ରେଟିଂ ଓ ରିଭ୍ୟୁ, ସୁବିଧା ଏବଂ ବ୍ୟବହାର ଆଦି କିଭଳି ରହିଛି ତାହା ଜାଣିବାକୁ ପଡ଼ିବ।
ଚର୍ଚ୍ଚିତ ଆପ୍
ଏଞ୍ଜେଲ୍ ବ୍ରୋକିଙ୍ଗ୍ ଆପ୍ ମୋତିଲାଲ୍ ଓସ୍ବାଲ୍ ଏମ୍ଓ ଇନଭେଷ୍ଟର ଆପ୍ ଜିରୋଧା କାଇଟ୍ ଆପ୍ ସେୟାରଖାନ୍ ଆପ୍ କୋଟାକ୍ ଷ୍ଟକ୍ ଟ୍ରେଡର୍ ଆପ୍ ଆଇଆଇଏଫ୍ଏଲ୍ ମାର୍କେଟ୍ ଆପ୍ ଆଇସିଆଇସିଆଇ ଡାଇରେକ୍ଟ ଆପ୍ ଅପ୍ଷ୍ଟକ୍ସ ପ୍ରୋ ଆପ୍ ଇଣ୍ଡିଆବୁଲସ୍ ଶୁଭ ଆପ୍ ୫ ପୈସା ମୋବାଇଲ୍ ଆପ୍ ଫ୍ଲାୟର୍ସ ମାର୍କେଟ୍ ଆପ୍ ଏଚ୍ଡିଏଫ୍ସି ସିକ୍ୟୁରିଟିଜ୍ ଆପ୍
ଶୀଘ୍ର, ସହଜ, ଭରସାଯୋଗ୍ୟ
ଯେଉଁ ଆପ୍ର ସ୍ପିଡ୍ ଅଧିକ ତାହାକୁ ବ୍ୟବହାର କରିବା ବେଳେ ଭଲ ଅନୁଭୂତି ମିଳିବ। ସେୟାର ଟ୍ରେଡିଂ ଆପ୍ଗୁଡ଼ିକ ଷ୍ଟକ ବଜାର ଓ ବିଭିନ୍ନ କଂପାନି ବିଷୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ପ୍ରଦାନ କରିଥାନ୍ତି। ସେହି ସବୁ ଖବର ଉପରେ ନଜର ରଖିଲେ ନିବେଶ ପାଇଁ କଂପାନି ଚୟନ କରିବା ସହଜ ହୋଇଥାଏ। କେଉଁ ଆପ୍ କେତେ ଭଲ ଖବର ଓ ସୂଚନା ପ୍ରଦାନ କରୁଛି ତାହା ଭଲ ଭାବେ ଜାଣିବାକୁ ପଡ଼ିବ। ପ୍ରଦର୍ଶନ ଦୃଷ୍ଟିରୁ ଆଞ୍ଜେଲ୍ ବ୍ରୋକିଂ ଆପ୍ ଭଲ ସ୍ଥିତିରେ ରହିଛି। ଯେହେତୁ ଏହା ଦୀର୍ଘ ବର୍ଷ ହେଲାଣି ଏହି ସେବା ପ୍ରଦାନ କରୁଛି ତେଣୁ ନିବେଶକମାନଙ୍କ ମଧ୍ୟରେ ଏହା ବିଶ୍ବାସ ସୃଷ୍ଟି କରିପାରିଛି। ରେଟିଂ ଓ ରିଭ୍ୟୁ ଦୃଷ୍ଟିରୁ ମୋତିଲାଲ ଓସ୍ବାଲ୍ ଏମ୍ଓ ଇନଭେଷ୍ଟର୍ ଆପ୍ ଶୀର୍ଷ ସ୍ଥାନରେ ରହିଛି। ଏହା ଶ୍ରେଷ୍ଠ ମାନର ପ୍ରଯୁକ୍ତି ବ୍ୟବହାର କରୁଥିବା ବେଳେ ସ୍ବତନ୍ତ୍ର ଟ୍ରେଡିଂ ଟୁଲ୍ସ ଯୋଗାଇ ଦେଉଛି ଯାହା ନିବେଶକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିପାରିଛି। ଜିରୋଧା କାଇଟ୍ ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍, ୱିଣ୍ଡୋ ଓ ଜାଭା ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଏହି ଆପ୍କୁ କଂପାନିର ଗ୍ରାହକ ଓ ଅନ୍ୟମାନେ ମଧ୍ୟ ବ୍ୟବହାର କରିପାରୁଛନ୍ତି। ଏହି ଆପ୍ରେ ପ୍ରତିଟି ସମୟରେ ବଜାରର ସ୍ଥିତି ଓ ସେୟାର ମୂଲ୍ୟ ବିଷୟରେ ଜାଣିହେବ। ଏହା ଜରିଆରେ ନିବେଶକମାନେ ନିଜ ପୋର୍ଟଫୋଲିଓର ସ୍ଥିତି ବିଷୟରେ ଜାଣିପାରିବେ।