ଶକ୍ତିକାନ୍ତଙ୍କ ଦସ୍ତଖତ ଥିବା ନୋଟ୍‌ ଆସିବ

ଆାଉ ୩ ବ୍ୟାଙ୍କ ଋଣ କଟକଣାରୁ ମୁକ୍ତ

ମୁମ୍ବାଇ: ଋଣ ନଦେବା ପାଇଁ କୁହାଯାଇଥିବା ତିନିଟି ବ୍ୟାଙ୍କ ଉପରୁ ରିଜର୍ଭ ବ୍ୟାଙ୍କ କଟକଣା ପ୍ରତ୍ୟାହାର କରିଛି। ସେହି ତିନି ବ୍ୟାଙ୍କ ହେଉଛନ୍ତି ଆହ୍ଲାବାଦ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ ଓ ଧନଲକ୍ଷ୍ମୀ ବ୍ୟାଙ୍କ। ଆର୍ଥିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ଏହି ବ୍ୟାଙ୍କଗୁଡ଼ିକୁ କିଛି ମାସ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଠୋର ‘ପ୍ରମ୍ପଟ୍‌ କରେକ୍ଟିଭ୍ ଆକ୍ସନ (ପିସିଏ) ଅଧୀନରେ ସାମିଲ କରାଯାଇଥିଲା। ସେମାନଙ୍କ ଋଣ ଆବଣ୍ଟନ କ୍ଷମତା ପ୍ରତ୍ୟାହାର କରିନିଆଯାଇଥିଲା। ଏଥି ସହିତ ଅନେକ ପ୍ରକାର ସର୍ତ୍ତ ଲାଗୁ କରାଯାଇଥିଲା। ‌ପିସିଏ କବ୍‌ଜାରୁ ମୁକୁଳିବାକୁ ହେଲେ ସେଥିରେ ସାମିଲ ହୋଇଥିବା ବ୍ୟାଙ୍କଗୁଡ଼ିକୁ ଅନେକ ମାନଦଣ୍ଡରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିଥାଏ। ସବୁ ମାନଦଣ୍ଡ ପୂରଣ କରିବା ପରେ ପିସିଏରୁ ବ୍ୟାଙ୍କକୁ ବାହାର କରାଯାଏ। ଏହା ପୂର୍ବରୁ ଉକ୍ତ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ବିଶ୍ବାସ ମଧ୍ୟ ଜିତିବାକୁ ପଡ଼ିଥାଏ। ପିସିଏରୁ ବାହାର କରିବା ବେଳେ ବ୍ୟାଙ୍କ ଉପରେ କେତେକ ସର୍ତ୍ତ ମଧ୍ୟ ଲାଗୁ କରାଯାଇଥାଏ ଯାହାକୁ ବ୍ୟାଙ୍କ ପକ୍ଷରୁ ପାଳନ କରାଯାଏ।

ସମ୍ବନ୍ଧିତ ଖବର