ବିଦେଶୀ କଂପାନିକୁ କିଣିଲା ଶୀଲା ଫୋମ୍‌

ଭୁବନେଶ୍ବର: ସ୍ପେନ୍‌ର ଇଣ୍ଟରପ୍ଲାସ୍ପ ନାମକ ଏକ କଂପାନିକୁ ଶୀଲା ଫୋମ୍ ଲିମିଟେଡ୍ ଅଧିଗ୍ରହଣ କରିଛି। ଏହା ହେଉଛି କଂପାନିର ଦ୍ବିତୀୟ ଆନ୍ତର୍ଜାତିକ ଅଧିଗ୍ରହଣ। ସ୍ପେନ୍‌ରେ ଏହି କଂପାନି ବେଶ ସକ୍ରିୟ ରହିଛି। ଇଣ୍ଟରପ୍ଲାସ୍ପ ଅଧିଗ୍ରହଣ ଯୋଗୁ ଭାରତ, ଅଷ୍ଟ୍ରେଲିଆ ଓ ସ୍ପେନ୍‌ରେ ଶୀଲା ‌ଫୋମ୍‌ର କଞ୍ଚାମାଲ ବାବଦରେ ହେଉଥିବା ଖର୍ଚ୍ଚ କମିବ ବୋଲି ଆଶା କରାଯାଉଛି। ଏହି ଅଧିଗ୍ରହଣ ଜରିଆରେ ୟୁରୋ‌ପରେ ମଧ୍ୟ ଶୀଲା ଫୋମ୍ ଏହାର ସ୍ଥିତିକୁ ଆହୁରି ମଜବୁତ କରିପାରିବ। ଫୋମ୍ ପ୍ରସ୍ତୁତ କରିବାରେ ସବୁଠୁ ଉନ୍ନତ ମାନର ପ୍ରଯୁକ୍ତି ସ୍ପେନ୍‌ରେ ବ୍ୟବହାର ହୋଇଥାଏ। ଇଣ୍ଟରପ୍ଲାସ୍ପ ପାଖରେ ସେହି ପ୍ରଯୁକ୍ତି ଥିବାରୁ ଶୀଲା ଫୋମ୍ ଲାଭବାନ ହେବ। ଏହା ପୂର୍ବରୁ ଜଏସ ଫୋମ୍‌ ନାମକ ଏକ କଂପାନିକୁ ଶୀଲା ଫୋମ୍ ଗତବର୍ଷ ଅଧିଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର