ଭୁବନେଶ୍ବର: ଲାନ୍ସର୍ ଫୁଟ୍ଓୟାର ପକ୍ଷରୁ କ୍ରିକେଟ ତାରକା ଶିଖର ଧାୱନଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତି ଦିଆଯାଇଛି। କଂପାନିର ସମସ୍ତ ମାର୍କେଟିଂ ଅଭିଯାନରେ ଶିଖରଙ୍କୁ ସାମିଲ କରାଯିବ। ଲାନ୍ସର୍ ଫୁଟ୍ଓୟାର ଭଳି ଜନପ୍ରିୟ ବ୍ରାଣ୍ଡ୍ ସହ ଯୋଡ଼ି ହେବା ମୋ ପାଇଁ ଗର୍ବର ବିଷୟ ବୋଲି ଶିଖର ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି ସହଯୋଗିତା ସମ୍ପର୍କରେ କଂପାନିର ନିର୍ଦେଶକ ଅଭିଷେକ ଗୁପ୍ତା କହିଛନ୍ତି ଯେ ଗତ ଆର୍ଥିକ ବର୍ଷରେ କଂପାନିର ମୋଟ କାରବାର ୩୫୦ କୋଟି ଟଙ୍କା ଥିଲା। କଂପାନି କ୍ଲଗ୍ସ, ସ୍କୁଲ ଜୋତାଠାରୁ ଆରମ୍ଭ କରି ସ୍ପୋର୍ଟସ୍, କାଜୁଆଲ, ରନିଂ ସୁଜ୍, ସାଣ୍ଡାଲ୍, ସ୍ଲିପର୍, ସ୍ଲାଇଡର୍ ଓ ସେଫ୍ଟି ସୁଜ୍ ଆଦି ତିଆରି କରୁଛି। କଂପାନିର ଅଧ୍ୟକ୍ଷ ସୁବାସ ଚନ୍ଦେର ଗୁପ୍ତା କହିଛନ୍ତି ଯେ ଆମେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଆରାମଦାୟକ ଓ ଉନ୍ନତ ପ୍ରଯୁକ୍ତିର ଜୋତା ପ୍ରଦାନ କରୁଛୁ। ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହରିୟାଣାରେ ଏକ କାରଖାନା ସ୍ଥାପନ କରିବାକୁ ଆମେ ଯୋଜନା ରଖିଛୁ ବୋଲି ସେ କହିଛନ୍ତି।
ଶିଖର ଧାୱନ ଲାନ୍ସର୍ର ବ୍ରାଣ୍ଡ୍ ଆମ୍ବାସାଡର
/sambad/media/post_attachments/wp-content/uploads/2022/07/gd5j456gd4jjg65d4gjd65gjd4.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)