‘କଟକଣା ପାଇଁ ଲୋକେ ଭୋକରେ ମରିଯିବେ’ ଶିବସେନା

ମୁମ୍ବାଇ: କରୋନାକୁ ବ୍ୟାପିବାରୁ ରୋକିବା ଲାଗି ମହାରାଷ୍ଟ୍ର ସରକାର ଲଗାଇଥିବା କଟକଣା ଉପରେ ଶିବସେନାର ମୁଖପତ୍ର ସାମ୍‌ନାର ସମ୍ପାଦକୀୟରେ ଲେଖାଯାଇଛି। ସେଥିରେ ଲେଖାଯାଇଛି ଯେ, କରୋନାକୁ ନେଇ ଏବେ ସାରା ଦେଶରେ ଭୟର ବାତାବରଣ ରହିଛି। ଲୋକମାନେ ନିଜ ଜୀବନର ମୂଲ୍ୟ ବୁଝିଲେଣି। କିନ୍ତୁ କରୋନା ପାଇଁ ଲଗାଯାଇଥିବା କଟକଣା ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ତେବେ ଲୋକମାନେ କିଭଳି ଉପାର୍ଜନ କରିବେ? ସେମାନେ ଖାଇବେ କ’ଣ? ତାହା ହେଉଛି ସବୁଠୁ ବଡ଼ ପ୍ରଶ୍ନ। ଲୋକମାନେ କରୋନା ଠାରୁ ନିଜକୁ ବଞ୍ଚାଇପାରିବେ କିନ୍ତୁ ଭୋକରେ ମରିଯିବେ ବୋଲି ଲେଖାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ବ୍ୟକ୍ତିଙ୍କୁ କରୋନା ବିଚଳିତ ଓ ଅସ୍ଥିର କରିଦେଇଛି ବୋଲି ସାମ୍‌ନାର ସମ୍ପାଦକୀୟରେ ଲେଖାଯାଇଛି।

ସମ୍ବନ୍ଧିତ ଖବର