ନୂଆଦିଲ୍ଲୀ: ନିତିଦିନିଆ ବ୍ୟବହାର ହେଉଥିବା ଚପଲ୍ ଦାମ୍ ଅତିବେଶିରେ କେତେ ଟଙ୍କା ହୋଇପାରେ? ଭାରତରେ ତାହା ୬୦-୭୦ ଟଙ୍କା ଭଳି କମ୍ ଦାମ୍ରେ ମିଳିଯାଉଛି। ମାତ୍ର କୁଏତ୍ର ଏକ ଷ୍ଟୋର୍ରେ ବିକ୍ରି ହେଉଥିବା ଚପଲ୍ ଦାମ୍ ଶୁଣିଲେ ବିଶ୍ବାସ ହେବନାହିଁ। ତାହାର ଦାମ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧ ଲକ୍ଷ ଟଙ୍କା ରହିଛି। ଜାନୌବା ନାମକ ବ୍ରାଣ୍ଡ୍ର ଏହି ଚପଲ୍ ଚଢ଼ା ଦାମ୍ରେ ବିକ୍ରି ହେଉଛି। ଇଣ୍ଟରନେଟ୍ରେ ଏହି ଖବର ଭାଇରାଲ୍ ହେବା ପରେ ଲୋକମାନେ ଷ୍ଟୋର୍କୁ ସମାଲୋଚନା କରିଛନ୍ତି। ସାଧାରଣରେ ଗାଧୁଆ ଘରେ ବ୍ୟବହାର ହେବା ଚପଲ ଭଳି ତାହା ଦେଖାଯାଉଛି। ଦାମ୍ ଏତେ ଟଙ୍କା କାହିଁକି ବୋଲି ବହୁ ଲୋକ ପ୍ରଶ୍ନ କରିଛନ୍ତି। ଦାମ୍ ବଢ଼ାଇ ଧନୀଙ୍କୁ ଯାହା ଚାହୁଛନ୍ତି ବ୍ୟବସାୟୀମାନେ ବିକ୍ରି କରୁଥିବା ଜଣେ ଲୋକ କହିଛନ୍ତି।
ଚପଲ ଦାମ୍ ଲକ୍ଷେ ଟଙ୍କା!
/sambad/media/post_attachments/wp-content/uploads/2024/07/dgjggjgjjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)