ଅନାଥ ବାଳିକା ମଲ୍‌ ବୁଲିଲେ, ସପିଙ୍ଗ୍‌ କଲେ

ଏସ୍‌ପ୍ଲାନେଡ୍‌ ୱାନ୍‌ରେ ପୂଜାର ଉଲ୍ଲାସ

ଭୁବନେଶ୍ବର: ରାଜ୍ୟର ନମ୍ବରୱାନ୍ ମଲ୍‌ ‘ଏସ୍‌ପ୍ଲ‌ା‌େନଡ୍‌ ୱାନ୍’ରେ ପାଳନ କରାଯାଉଛି ‘ଖୁସିର ପୂଜା’ ଉତ୍ସବ। ମଲ୍‌କୁ ଆସୁଥିବା ଲୋକମାନଙ୍କୁ ଉତ୍ସବର ମାହୋଲ ପ୍ରଦାନ କରି ସେମାନଙ୍କ ଖୁସିକୁ ବହୁଗୁଣିତ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଏହି ଉତ୍ସବରେ ଗ୍ରାହକମାନେ ୧୦୦୧ଟି ପୁରସ୍କାର ଜିତିବାର ସୁଯୋଗ ପାଇବେ। ମଲ୍‌ରେ ଥିବା ଯେକୌଣସି ଦୋକାନରୁ ୨୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ୍‌ କରୁଥିବା ଗ୍ରାହକଙ୍କୁ ଏକ ଲକି ଡ୍ର’ରେ ଭାଗ ନେବାର ସୁଯୋଗ ପ୍ରଦାନ କରାଯାଉଛି। ନଭେମ୍ବର ୧୧ରେ ଲକି’ ଡ୍ର’ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମେଗା ପୁରସ୍କାର ଭାବେ କାର୍‌ ଜିତିବାର ସୁଯୋଗ ରହିଛି। ଏସ୍‌ପ୍ଲାନେଡ୍‌ ପକ୍ଷରୁ ପାର୍ବଣ ଉତ୍ସବକୁ ଛଅ ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା ଦୀପାବଳି ପର୍ଯ୍ୟନ୍ତ ଜାରି ରହିବ। ପ୍ରତି ସପ୍ତାହ‌େର ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ମଲ୍‌ ପକ୍ଷରୁ ଗ୍ରାହକଙ୍କୁ ଚକିତ କରାଯାଉଛି। ନବରାତ୍ରର ନଅ ଦିନରେ ନାରିତ୍ବବୋଧକୁ ପାଳନ କରାଯାଉଛି। ପ୍ରତ୍ୟକ ଦିନ ପାଇଁ ଗୋଟିଏ ସ୍ବତନ୍ତ୍ର ରଙ୍ଗ ଚୟନ କରାଯାଉଛି ଓ ସେହି ରଙ୍ଗର ପୋଷାକ ପରିଧାନ କରି ମଲ୍‌କୁ ଆସୁଥିବା ପ୍ରତିଟି ନାରୀଙ୍କୁ ପୁରସ୍କୃତ କରାଯାଉଛି। ଆଜି ମହା ଅଷ୍ଟମୀ ଅବସରରେ ମଲ୍‌ କତୃର୍ପକ୍ଷଙ୍କ ପକ୍ଷରୁ ଓମେନ୍ କାଉନ୍‌ସିଲ୍‌ ଫର୍‌ ସୋସିଓ ଇକୋନୋମିକ୍ ୱେଲ୍‌ଫେୟାର୍‌ ନାମକ ଏନ୍‌ଜିଓ ସହାୟତାରେ ଅନାଥ ବାଳିକାଙ୍କ ପାଇଁ ମଲ୍ ବୁଲିବା, ସପିଙ୍ଗ୍‌ କରିବା ଓ ରେସ୍ତୋରାଁରେ ଖାଇବା ଭଳି ସୁଯୋଗ ପ୍ରଦାନ କରାଯାଇଥିଲା। ଝାରପଡ଼ାରେ ଥିବା ଦିବ୍ୟଜ୍ୟୋତି ସେବାଶ୍ରମର ୩୮ ବାଳିକା‌ ଏହାର ଅଂଶ ହୋଇ ଅତି ଅନନ୍ଦରେ ମଲ୍‌ରେ ବୁଲୁଥିବା ଓ ବିଗ୍୍‌ ବଜାରରେ ସପିଙ୍ଗ୍‌ କରୁଥିବା ଦେଖିବାକୁ ମିଳିଥିଲା। ଏସ୍‌କାଲେଟର୍‌ରେ ଚଢ଼ୁଥିବା ବେଳେ ସେମାନେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଏହା ପରେ ସେମାନେ ନୃତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମଲ୍‌ ପକ୍ଷରୁ ନବମୀରେ ମ୍ୟାକ୍ସ ସହିତ ମିଶି ଏକ ଫେସନ୍ ସୋ’ ଆ‌ୟୋଜନ କରାଯିବ। ସବୁ ବୟସ ବର୍ଗର ମହିଳା ମ୍ୟାକ୍ସରୁ ନିଜ ପସନ୍ଦର ପୋଷାକ ପରିଧାନ କରି ଏହି ସୋ’ରେ ଭାଗ ନେଇପାରିବେ। ବିଜେତାମାନଙ୍କୁ ସେହି ପୋଷାକ ପୁରସ୍କାର ଭାବେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର