ବେଜିଙ୍ଗ: ସାଧାରଣତଃ ଜେଲରେ କଏଦୀଙ୍କୁ କୌଣସି ସ୍ୱତନ୍ତ୍ର ପ୍ରକାରର ସୁବିଧା ମିଳି ନଥାଏ | କିନ୍ତୁ ଦକ୍ଷିଣ ଚୀନର ଗୁଆଙ୍ଗଡଙ୍ଗରେ ଥିବା ଜେଲରେ କଏଦୀଙ୍କୁ କିଛି ସ୍ୱତନ୍ତ୍ର ସୁବିଧା ମିଳିଛି | ଏଠାକାର କଏଦୀମାନେ ଅନଲାଇନ ସପିଙ୍ଗ କରିପାରିବେ | କଏଦୀମାନେ ବି ଏହି ସୁବିଧାର ଭରପୁର ଫାଇଦା ଉଠାଉଛନ୍ତି | କଏଦୀଙ୍କ ପାଇଁ ମାସକୁ ଥରେ ତିନିହଜାର ଟଙ୍କାର ଜିନିଷ କିଣିବାର ଅନୁମତି ଦିଆଯାଇଛି |
ସପିଙ୍ଗ ମେସିନରେ ପାସୱାର୍ଡ଼ ଓ ଫିଙ୍ଗରପ୍ରିଣ୍ଟ ଦ୍ୱାରା ଜିନିଷ କିଣିପାରୁଛନ୍ତି | ଏବର୍ଷ ଜାନୂୟାରୀରୁ ଏପ୍ରିଲ ଯାଏଁ ଜେଲ ପ୍ରଶାସନ ଏଭଳି ନିଷ୍ପତିକୁ କାର୍ଯ୍ୟକାରୀ କରିଥିଲା | ଆଶ୍ଚର୍ଯ୍ୟର କଥା ଏହି ସମୟରେ କଏଦୀମାନେ ୧୩ ହଜାରଟି ଅର୍ଡର ଦେଇଥିଲେ | ଯେଉଁଥିରେ ୪ ଲକ୍ଷ ଟଙ୍କାର ଜିନିଷ କଏଦୀମାନେ କିଣିଥିଲେ |
ଏଥିପାଇଁ ଜେଲର ଏକ କୋଠରୀରେ ସପିଙ୍ଗ ମେସିନ ଲଗାଯାଇଛି | ସେଠାରେ କଏଦୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ସହ ସିଗାରେଟ, ଉପହାର ଭଳି ୨୦୦ ବସ୍ତୁ କିଣିପାରୁଛନ୍ତି | ଜେଲରେ ସେମାନଙ୍କୁ ଭେଟିବାକୁ ଆସୁଥିବା ବନ୍ଧୁ-ପରିଜନଙ୍କୁ ବିଭିନ୍ନ ଉପହାର ଦେଇପାରୁଛନ୍ତି |