ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ସ୍କୁଟରରେ କାହିଁକି ଅଗ୍ନିକାଣ୍ଡ ଘଟିଲା? ଏହି ପ୍ରଶ୍ନର ଉତ୍ତର ୧୫ ଦିନ ଭିତରେ ଜଣାଇବା ଲାଗି ଓଲା ଇଲେକ୍ଟ୍ରିକ୍କୁ କୁହାଯାଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଅଧନରେ ଥିବା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ ଏନେଇ କଂପାନିକୁ ନୋଟିସ୍ ଜାରି କରିଛନ୍ତି। ଜୁନ୍ ମଧ୍ୟ ଭାଗରେ ଅନ୍ୟ ଦୁଇ କଂପାନି ପ୍ୟୁର ଇଭି ଓ ବୁମ୍ ମୋଟର୍ସକୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଚଳିତ ବର୍ଷ ଇଲେକ୍ଟ୍ରିକ୍ ସ୍କୁଟର ଓ ବାଇକ୍ରେ ଅଗ୍ନିକାଣ୍ଡ ଘଟଣା ନିୟମିତ ବ୍ୟବଧାନରେ ଘଟୁଛି। ତାହାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ନିମ୍ନ ମାନର ଗାଡ଼ି ତିଆରି କରାଯାଉଥିବାରୁ ଅଗ୍ନିକାଣ୍ଡ ଘଟୁଥିବା ସନ୍ଦେହ କରାଯାଉଛି। ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବୁମ୍ ମୋଟର୍ସର ଏକ ଗାଡ଼ିରେ ବିସ୍ଫୋରଣ ହେବାରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ କଂପାନି ଏପ୍ରିଲ୍ ମାସ ଶେଷ ସପ୍ତାହ କୋରବେଟ୍ ବାଇକ୍ସଗୁଡ଼ିକୁ ଫେରସ୍ତ ଅଣାଯାଇଥିଲା। ପ୍ୟୁର ଇଭିର ଏକ ବ୍ୟାଟେରି ଚାର୍ଜରେ ବସିଥିବା ବେଳେ ଫାଟିଯିବାରୁ ତେଲେଙ୍ଗାନାର ନିଜାମାବାଦରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ କଂପାନି ୨,୦୦୦ ସ୍କୁଟର ଗ୍ରାହକଙ୍କଠାରୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା। ଗୁୁଣାତ୍ମକ ମାନ ସହ କୌଣସି ପ୍ରକାର ସାଲିସକୁ ସହ୍ୟ କରାଯିବ ନାହିଁ ବୋଲି ନିକଟରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ କହିଥିଲେ।
ଅଗ୍ନିକାଣ୍ଡ ପାଇଁ ଓଲା ଇଲେକ୍ଟ୍ରିକ୍କୁ କାରଣ ଦର୍ଶାଅ ନୋଟିସ୍
/sambad/media/post_attachments/wp-content/uploads/2022/04/ola.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)