ଜାଲିଆତି ଅଭିଯୋଗରେ ଶ୍ରୀ ଗଣେଶ ଜୁଏଲାରି ପ୍ରମୋଟର ଗିରଫ

କୋଲକାତା: ଜାଲିଆତି ଅଭିଯୋଗରେ କୋଲକାତାର ଶ୍ରୀ ଗଣେଶ ଜୁଏଲାରିର ପ୍ରମୋଟର ନିଲେଶ ପାରେଖଙ୍କୁ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ପକ୍ଷରୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟରେ ହାଜର କରିବା ପରେ ବିଚାର ବିଭାଗୀୟ ରିମାଣ୍ଡ୍‌ରେ ପଠାଇ ଦିଆଯାଇଛି। ଜୁନ୍‌ ୨୨ରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ। ୧୭୦୦ କିଲୋଗ୍ରାମର ସୁନାକୁ ନେଇ ସେ ଠକେଇ କରିଥିବା ଅଭିଯୋଗ ହୋଇଛି। ବେଆଇନ ଭାବେ ସେ ଏହି ସୁନାଗୁଡ଼ିକୁ ସ୍ଥାନାନ୍ତର କରିଥିଲେ। ଷ୍ଟେଟ୍‌ ବ୍ୟାଙ୍କ ସମେତ ଆଉ କେତେକ ବ୍ୟାଙ୍କଠାରୁ ସେ ୨୬୭୨ କୋଟି ଟଙ୍କାର ଋଣ ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଋଣ ଜାଲିଆତି ଅଭିଯୋଗରେ ଗତବର୍ଷ ସିବିଆଇ ପକ୍ଷରୁ ପାରେଖଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର