ନୂଆଦିଲ୍ଲୀ: ଓଡ଼ିଆ ସିନେମା ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିଥିଲେ। ଏଥିପାଇଁ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ସୋ’ର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଭବନ ପକ୍ଷରୁ ଏଥି ନିମନ୍ତେ ସିନେମାର ସମ୍ପୂର୍ଣ୍ଣ ଟିମ୍କୁ ନିମନ୍ତ୍ରଣ କରାଯାଇଥିଲା। ରାଷ୍ଟ୍ରପତିଙ୍କ ସହ ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ସମେତ ଚଳଚ୍ଚିତ୍ରର ଉପଦେଷ୍ଟା ବିଭୁପ୍ରସାଦ ମହାପାତ୍ର, ମେଜର ଜେନେରାଲ ଭୁଦେବ ପରିଡ଼ା, ରାଷ୍ଟ୍ରପତିଙ୍କ ଭିଏସ୍ଏମ୍ ସାମରିକ ସଚିବ ବିଜୟ ନାୟକ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ୍ ସଚିବ ଜ୍ଞାନ ରଞ୍ଜନ ନନ୍ଦ, ରାଷ୍ଟ୍ରପତିଙ୍କ ସଚିବ ଦୀପ୍ତି ଉମାଶଙ୍କର, ପ୍ରେସ୍ ସଚିବ ଅଜୟ କୁମାର ସିଂହ, ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ସୁନୀଲ କୁମାର ତ୍ରିବେଦୀ, କ୍ୟାପ୍ଟେନ୍ ରଭନୀତ ସିଂହ ରନ୍ଧାୱା ନିୟନ୍ତ୍ରକ, କର୍ଣ୍ଣେଲ (ଡ.) କିରଣ କୁମାର କମ୍ପେଲା, ଦେବଶ୍ବେତା ବଣିକ (ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ), ଡ. ସୁନିଶ ଏସ. (ଆଇଏଫ୍ଏ) ଓ ସାଂସଦ ମୁନା ଖାଁଙ୍କ ସହ ସିନେମାର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ବିତରକ ପ୍ରକାଶ ଫିଲ୍ମସର ନିର୍ଦ୍ଦେଶକ ସଚ୍ଚିକାନ୍ତ ଜେନା , ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, କାହାଣୀ ଓ ସଂଳାପକାର ଶଙ୍କର ତ୍ରିପାଠୀଙ୍କ ସହ ମୁଖ୍ୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନୀ ସଙ୍ଗୀତା, ପିଙ୍କି ପ୍ରଧାନ ଓ ଅଂଶୁମାନ ପ୍ରମୁଖ ଉପସ୍ଥିତ ଥିଲେ ।
ରାଷ୍ଟ୍ରପତି ଭବନରେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ପ୍ରଦର୍ଶିତ
ଓଡ଼ିଆ ସିନେମା ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିଥିଲେ। ଏଥିପାଇଁ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ସୋ’ର ଆୟୋଜନ କରାଯାଇଥିଲା।
/sambad/media/media_files/2025/07/20/fsfshfshfsvxb-2025-07-20-01-28-07.jpg)