ଭୁବନେଶ୍ବର: ସରକାରୀ ତୈଳ କଂପାନି ଇଣ୍ଡିଆନ ଅଏଲ୍ର ପ୍ରଥମ ମହିଳା ନିର୍ଦେଶିକା ଭାବେ ଶୁକ୍ଳା ମିସ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଚେନ୍ନାଇ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଓ ରତ୍ନଗିରି ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲ୍ ଲିମିଟେଡ୍ର ବୋର୍ଡରେ ସଦସ୍ୟ ରହିବେ। ଆଇଏଚ୍ବିଏଲ୍ ନାମକ ସଂସ୍ଥାର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶିକା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। ତାଙ୍କର ନୂଆ ଭୂମିକା ନିର୍ଦେଶିକା (ରିଫାଇନାରିଜ୍)ରେ ସେ କଂପାନିର ସମସ୍ତ ୯ଟି ରିଫାଇନାରି ଓ ପେଟ୍ରୋକେମିକାଲ୍ସ ବ୍ୟବସାୟର ଦେଖାଶୁଣା କରିବେ। ଏହା ପୂର୍ବରୁ ସେ ବିହାରର ବେଗୁସରାଇ ଜିଲ୍ଲାରେ ଥିବା ବରାଉଣି ରିଫାଇନାରିର ନେତୃତ୍ବ ନେଉଥିଲେ।
ଶୁକ୍ଳା ମିସ୍ତ୍ରୀ ଇଣ୍ଡିଆନ୍ ଅଏଲ୍ର ପ୍ରଥମ ମହିଳା ନିର୍ଦେଶିକା
/sambad/media/post_attachments/wp-content/uploads/2022/02/dadagdggdagda11312132dag.jpg)