ଶ୍ୟାମ ଷ୍ଟିଲ୍‌ର ବାର୍ଷିକ ଡିଲର୍‌ ସମ୍ମିଳନୀ

ଭୁବନେଶ୍ବର: ଶ୍ୟାମ୍ ଷ୍ଟିଲ୍‌ର ବାର୍ଷିକ ଡିଲର୍‌ ସମ୍ମିଳନୀ କୋଲକାତାର ନୋଭୋଟେଲ୍‌ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୧୦ ବିତରକ ଓ ୨୦୦ ପାଖାପାଖି ଡିଲର୍‌ ଭାଗ ନେଇଥିଲେ। ଏହି ଅବସରରେ ଓଲିଉଡ୍‌ ଓ ବଲିଉଡ୍‌ ବିଷୟ ଭିତ୍ତିକ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଭୟ ସିନେମା ଶିଳ୍ପର ତାରକା ସାନା ସଇଦ, ସ୍କାରଲେଟ୍ ୱିଲସନ୍, ଏଲିନା ସାମନ୍ତରାୟ, ତାରିକ୍ ଅଜିଜ୍ ଓ ନବ୍ୟା ଜେ ଏଥିରେ ଅଂଶଗ୍ରହଣ କରିଥିଲେ। ୧୦୦ ପାଖାପାଖି ଡିଲର୍‌ଙ୍କୁ ମୂଲ୍ୟବାନ ଉପହାର ଦିଆଯାଇଥିବା ବେଳେ ୫୦ ଡିଲରଙ୍କୁ ବିଦେଶ ଟୁର୍‌ ପ୍ୟାକେଜ୍ ପ୍ରଦାନ କରାଯାଇଛି। ଏହି ଅବସରରେ କଂପାନିର ନିର୍ଦେଶକ ଲଲିତ ବେରିୱାଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର