ଭୁବନେଶ୍ବର: କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ପକ୍ଷରୁ ‘ମିଟ୍ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବନ୍ଦରରେ ରହିଥିବା ସୁବିଧା ସୁଯୋଗ ବିଷୟରେ ଏହାର ଅଧ୍ୟକ୍ଷ ବିନିତ କୁମାର ଆଲୋଚନା କରିଛନ୍ତି। ଏହି ବନ୍ଦର ଜରିଆରେ ସିଙ୍ଗାପୁର, କଲମ୍ବୋ, ପୋର୍ଟ କ୍ଲାଙ୍ଗ, ଚିଟାଗଙ୍ଗ ପୋର୍ଟ ଦେଇ ବିଭିନ୍ନ ସ୍ଥାନକୁ ମାଲ ପରିବହନ କରିହେଉଛି। ଜାତୀୟ ଜଳପଥକୁ ବ୍ୟବହାର କରି ଏହା ନିକଟରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ମଧ୍ୟ ସଂଯୋଗ ସ୍ଥାପନ କରିଛି ବୋଲି ଶ୍ରୀ କୁମାର କହିଛନ୍ତି। ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଭାସମାନ କ୍ରେନ, ବନ୍ଦର ଭିତରେ ରେଳ ସାଇଡିଂ ଭଳି ସୁବିଧା ରହିଛି। ବିଶାଳ ଆକୃତିର ଜାହାଜ ଲାଗିବା ଲାଗି ମଧ୍ୟ ସେଠାରେ ବ୍ୟବସ୍ଥା ରହିଛି। ବର୍ତ୍ତମାନ କୋଲକାତା ଡକ୍ ସିଷ୍ଟମ୍ (କେଡିଏସ୍) ମାଂସ, ସତେଜ ଫଳ, ଡ୍ରାଏ ଫ୍ରୁଟ୍ସ, ଚିଙ୍ଗୁଡ଼ି, ସିଫୁଡ୍ସ ଓ ଔଷଧ ଆଦିର ପରିଚାଳନା କରୁଛି। ୟୁରୋପ, ଆମେରିକା ଓ ମଧ୍ୟପ୍ରାଚ୍ୟକୁ ସେହି ସବୁ ସାମଗ୍ରୀ ପଠାଯାଉଛି। କେଡିଏସ୍ରେ ଥିବା ରିଫେର ଭିତ୍ତିଭୂମିକୁ ବ୍ୟବହାର କରିବା ଲାଗି ଶ୍ରୀ କୁମାର ସମସ୍ତ ଅଂଶୀଦାରଙ୍କୁ ଆହ୍ବାନ ଦେଇଛନ୍ତି। ବନ୍ଦର ଶୁଳ୍କ ଉପରେ ରିହାତି ପ୍ରଦାନ କରିବାକୁ ମଧ୍ୟ କର୍ତ୍ତୃପକ୍ଷ ପ୍ରସ୍ତୁତ ଅଛନ୍ତି। ରିଫେର ପ୍ଲଗ୍ ଇନ୍ ଚାର୍ଜ ଉପରେ ୧୫% ରିହାତି ମଧ୍ୟ ପ୍ରଦାନ କରାଯାଉଛି।
ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରର ‘ମିଟ୍ ଓଡ଼ିଶା’
/sambad/media/post_attachments/wp-content/uploads/2022/09/4fh65465h4f65fhhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)