ଆତ୍ମହତ୍ୟା କରିଥିବା ସିଦ୍ଧାର୍ଥଙ୍କ ପତ୍ନୀ ସମ୍ଭାଳିବେ କାଫେ କଫି ଡେ’ ମଙ୍ଗ

ନୂଆଦିଲ୍ଲୀ: ଆର୍ଥିକ ଚାପକୁ ସହ୍ୟ କରିନପାରି କିଛି ମାସ ତଳେ କାଫେ କଫି ଡେ’ର ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେହି ଘଟଣା ସମଗ୍ର ବ୍ୟବସାୟ ଜଗତକୁ ଦୋହଲାଇ ଦେଇଥିଲା। ଏହି ଘଟଣାର କିଛି ମାସ ପରେ ନିଜ ସ୍ବାମୀ ସ୍ଥାପନ କରିଥିବା ବ୍ୟବସାୟ ସାମ୍ରାଜ୍ୟର ମଙ୍ଗ ସମ୍ଭାଳିବାକୁ ଆଗେଇ ଆସିଛନ୍ତି ସିଦ୍ଧାର୍ଥଙ୍କ ପତ୍ନୀ ମାଲବିକା ହେଗ୍‌ଡେ। ତାଙ୍କୁ କଂପାନିର ସିଇଓ ଭାବେ ନିଯୁକ୍ତ କରାଯାଇଛି। ସିଦ୍ଧାର୍ଥ ଭାରତରେ କଫି ସଂସ୍କୃତିର ପ୍ରଚଳନ କରିଥିଲେ କହିଲେ ଭୁଲ ହେବ ନାହିଁ। ତାଙ୍କ ମୃତ୍ୟୁ ପରେ ଏହି ସାମ୍ରାଜ୍ୟର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଥିଲା। କଂପାନିର ସେୟାର ମୂଲ୍ୟ ବହୁତ ହ୍ରାସ ପାଇବା ପରେ ଗତ ଫେବ୍ରୁଆରି ୩ରୁ ତାହାର କାରବାର ବନ୍ଦ କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର