ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ୍ ମାଲିକାନାରେ ଥିବା ସିଜିମାଳି ବକ୍ସାଇଟ୍ ଖଣି ଓଡ଼ିଶାର କଳାହାଣ୍ଡି ଓ ରାୟଗଡ଼ାର ବିକାଶ ପ୍ରକ୍ରିୟାର ଗତିକୁ ତ୍ୱରାନ୍ୱିତ କରିବାକୁ ବଡ଼ ନିବେଶ ଯୋଜନା କରିଛି । ବେଦାନ୍ତ ଲାଞ୍ଜିଗଡ଼ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏଲପିଡିଏଏଫ୍) ଏବଂ ରାୟଗଡ଼ା ଓ କଳାହାଣ୍ଡିରେ ପ୍ରସ୍ତାବିତ ସିଜିମାଲି ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏସପିଡିଏଏଫ୍)ମାଧ୍ୟମରେ ଆଗାମୀ ୨୫ ବର୍ଷ ମଧ୍ୟରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି ଏବଂ ଏହି ଅଞ୍ଚଳକୁ ଏକ ସମୃଦ୍ଧ ଅଞ୍ଚଳରେ ପରିଣତ କରିବା ପାଇଁ ଉଭୟ ଜିଲ୍ଲାର ଜନପ୍ରତିନିଧିଙ୍କୁ ଏସପିଭିରେ ଅନ୍ତର୍ଭୁକ୍ତ କରିଛି ।ଖାଲି ସେତିକି ନୁହେଁ, ସିଜିମାଲି ବକ୍ସାଇଟ୍ ଖଣି ଓଡ଼ିଶାର ସରକାରୀ ରାଜକୋଷକୁ ବାର୍ଷିକ ୨୨୦୦ କୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିବ । ଏଭଳି ବିପୁଳ ରାଜସ୍ୱ ଆଗାମୀ ୫୦ ବର୍ଷ ପାଇଁ ଓଡ଼ିଶାର ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବିକାଶକୁ ସଶକ୍ତ କରିବ । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବ୍ୟାପକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀରେ ରାଜ୍ୟ ସକ୍ଷମ ହୋଇପାରିବ । ଏହାବ୍ୟତୀତ ୧୫୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ଖଣି ଅଂଚଳର ଆର୍ଥିକ ବିକାଶ ପାଇଁ ୧୨୦୦ କୋଟି ଖର୍ଚ୍ଚ କରିବ ବେଦାନ୍ତ
/sambad/media/media_files/2024/12/05/q8CcsvHcOq4UGQG7XvUr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)