ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ

ଭୁବନେଶ୍ୱର: କାରିଗର ଓ ବୁଣାକାର କଲ୍ୟାଣ ସଂଘ ପକ୍ଷରୁ ହୋଟେଲ୍‌ ନ୍ୟୁ ମାରିଅନ୍‌ରେ ୧୦ ଦିନିଆ ସିଲ୍କ ଇଣ୍ଡିଆ ଏକ୍ସପୋ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଅଭିନେତ୍ରୀ ନିହାରିକା ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି। ନିହାରିକା କହିଛନ୍ତି ଯେ, ଗୋଟିଏ ଛାତ ତଳେ ଏତେ ପରିମାଣର ଶାଢ଼ି ଦେଖି ମୁଁ ବହୁତ ଆନନ୍ଦିତ। ଏକ୍ସପୋରେ ଅନେକ ଡିଜାଇନ୍‌ର ଶାଢ଼ିକୁ ଗୋଟିଏ ଛାତ ତଳେ ପ୍ରଦର୍ଶନ କରାଯାଇଛି। ମୋଟ ୬୫ଟି ଷ୍ଟଲ୍‌ରେ ସବୁ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଛି। ଗ୍ରାହକମାନେ ଏଠାରେ ବ୍ଲକ୍‌ ପ୍ରିଣ୍ଟ ଶାଢି, ସୁଟ୍‌ ଏବଂ ସିଲ୍କ ବେଡ୍‌୍‌ କଭର୍ସ, ଡିଜାଇନର୍‌ ଓୟାର, ଲେଜେସ୍‌, କୁର୍ତି, ହାତ ତିଆରି ମଟକା ଏବଂ ଆସାମ ମୁଗା ଫେବ୍ରିକ୍ସ, ଅପୂର୍ବା ସିଲ୍କ ଶାଢି, ବାଲୁଚୂରୀ ଶାଢି, ଏମ୍ବ୍ରୋଡୋରି ଡିଜାଇନ୍‌ ସିଲ୍କ୍‌ ଶାଢି ଏବଂ ଡ୍ରେସ୍‌ ମ୍ୟାଟେରିଆଲ୍‌, ଭାଗଲପୂରୀ ସୁଟ୍‌, ପ୍ରିଣ୍ଟେଡ୍‌ ସିଲ୍କ ଶାଢି, ରେଶମୀ ପ୍ଲେନ୍‌ ଏବଂ ବୁଟ୍ଟି ଶାଢି, କର୍ଣ୍ଣାଟକା ସିଲ୍କ ଶାଢି, ମାହେଶ୍ୱରୀ, ଚନ୍ଦେରୀ ସିଲ୍‌କ ଶାଢି ଏବଂ ସୁଟ୍‌ ଏବଂ କୋଟା ସିଲ୍କ, ମଲବେରୀ ସିଲ୍କ ସହିତ ଟେମ୍ପୁଲ୍‌ ବର୍ଡର, ବନାରସ୍‌ ଜାମଦାନି ଓ ହାତ ତିଆରି ଶାଢି ଏବଂ ସୁଟ୍‌ ପାଇପାରିବେ। .

ସମ୍ବନ୍ଧିତ ଖବର