ରୁପା ଦାମ୍ ୫୦ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ ସୁନା ଓ ରୁପା ଦରରେ ବୃଦ୍ଧିର ଧାରା ଜାରି ରହିଛି। ଆଜି ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କା ହୋଇଯାଇଛି। ତେବେ ରୁପାର କିଲୋ ପିଛା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ରୁପା ଦାମ୍ ଦୁଇ ହଜାର ୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କା ହୋଇଯାଇଛି। ବହୁ ଦିନ ପରେ ପ୍ରଥମ ଥର ପାଇଁ ରୁପା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି। ଶିଳ୍ପ ସଂସ୍ଥା ଓ କଏନ୍ ନିର୍ମାତାମାନେ ଅଧିକ ରୁପା କିଣୁଥିବାରୁ ଏହାର ଦାମ୍ ବଢ଼ିଥିବା କୁହାଯାଉଛି। ଆନ୍ତର୍ଜାତିକ ବଜାରରେ ସୁନା ଦାମ୍ କମୁଥିବା ବେଳେ ଭାରତରେ ଏହାର ଦର ବଢ଼ୁଛି। ନ୍ୟୁୟର୍କରେ ସୁନାର ଆଉନ୍ସ ପିଛା ଦାମ୍ ୧୫୩୭ ଡଲାରକୁ ହ୍ରାସ ପାଇଛି। ସେହି ସମୟରେ ରୁପାର ଆଉନ୍ସ ପିଛା ଦାମ୍ ୧୯.୨୭ ଡଲାର ରହିଛି।

ସମ୍ବନ୍ଧିତ ଖବର