ନୂଆଦିଲ୍ଲୀ: ଭାରତ ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବକାଳୀନ ରେକର୍ଡ ୮୧୭୨ କୋଟି ଡଲାରର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ହାସଲ କରିଛି। ୨୦୧୯-୨୦ରେ ଆସିଥିବା ୭୪୩୯ କୋଟି ଡଲାର ଏଫ୍ଡିଆଇ ତୁଳନାରେ ଏହା ୧୦% ଅଧିକ। ସିଙ୍ଗାପୁର୍ ଦେଇ ସର୍ବାଧିକ ୨୯% ଏଫ୍ଡିଆଇ ଆସିଥିବା ବେଳେ ଆମେରିକାରୁ ୨୩% ଓ ମରିସସ୍ ଦେଇ ୯% ଏଫ୍ଡିଆଇ ଆସିଛି। କ୍ଷେତ୍ର ଭିତ୍ତିରେ କମ୍ପ୍ୟୁଟର ସଫ୍ଟଓୟାର ଓ ହାର୍ଡଓୟାର ସର୍ବାଧିକ (୪୪%) ବିଦେଶୀ ପୁଞ୍ଜି ହାସଲ କରିଥିବା ବେଳେ ୧୩% ସହ ଭିତ୍ତିଭୂମି କ୍ଷେତ୍ର ଦ୍ବିତୀୟ ଓ ୮% ସହ ସେବା କ୍ଷେତ୍ର ତୃତୀୟ ସ୍ଥାନରେ ରହିଛି। କମ୍ପ୍ୟୁଟର ସଫ୍ଟଓୟାର ଓ ହାର୍ଡଓୟାର କ୍ଷେତ୍ରକୁ ଆସିଥିବା ନିବେଶ ମଧ୍ୟରୁ ୭୮% ଗୁଜରାଟକୁ, ୯% କର୍ଣ୍ଣାଟକ ଓ ୫% ଦିଲ୍ଲୀକୁ ଆସିଛି।
ସିଙ୍ଗାପୁରରୁ ଆସିଛି ସର୍ବାଧିକ ଏଫ୍ଡିଆଇ
/sambad/media/post_attachments/wp-content/uploads/2020/04/rajexpress_2020-04_bc457ec6-d35d-4b8b-a258-8158038aa479_FDI.jpg)