ସିଂଘାଣିଆଙ୍କୁ ମେକ୍ସିକୋର ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ: ଜେକେ ଟାୟାର ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ସିଏମ୍‌ଡି ଡ. ରଘୁପତି ସିଂଘାଣିଆଙ୍କୁ ମେକ୍ସିକୋର ସର୍ବୋଚ୍ଚ ବେସାମରିକ ସମ୍ମାନ (ମେକ୍ସିକାନ୍‌ ଅର୍ଡର ଅଫ୍‌ ଦି ଆଜଟେକ୍‌ ଇଗଲ୍‌) ପ୍ରଦାନ କରାଯାଇଛି। ବିଦେଶୀମାନଙ୍କୁ ମେକ୍ସିକୋ ସରକାର ଏହି ସମ୍ମାନ ପ୍ରଦାନ କରିଥାନ୍ତି। ମେକ୍ସିକୋର ୧୨୮ତମ ଜାତୀୟ ଦିବସରେ ଡ. ସିଂଘାଣିଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମେକ୍ସିକୋର ରାଷ୍ଟ୍ରପତିଙ୍କ ପକ୍ଷରୁ ଭାରତରେ ଅବସ୍ଥାପିତ ମେକ୍ସିକୋର ରାଷ୍ଟ୍ରଦୂତ ମେଲ୍‌ବା ପ୍ରିୟା ଡ. ସିଂଘାଣିଆଙ୍କୁ ନୂଆଦିଲ୍ଲୀଠାରେ ଉକ୍ତ ସମ୍ମାନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର