ସାଓମିର ରେଡ୍‌ମି ନୋଟ୍ ୬ ପ୍ରୋ ସ୍ମାର୍ଟଫୋନ

ଭୁବନେଶ୍ବର: ସାଓମି ପକ୍ଷରୁ ଭାରତରେ ରେଡ୍‌ମି ନୋଟ୍ ୬ ପ୍ରୋର ବଜାର ପ୍ରବେଶ କରାଯାଇଛି। ଥରେ ଚାର୍ଜ ହେଲେ ଏହାର ବ୍ୟାଟେରି ଦୁଇ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସୁବିଧା ବିଶିଷ୍ଟ ୪ଟି କ୍ୟାମେରା ଏହି ଫୋନରେ ରହିଛି। ସାଓମି ଇଣ୍ଡିଆର ଚିଫ୍ ମାର୍କେଟିଂ ଅଫିସର ଅନୁଜ ଶର୍ମା କହିଛନ୍ତି, ଏମଆଇ ଫୋନ ପ୍ରିୟ ବ୍ୟକ୍ତିମାନେ ଏହି ନୂଆ ଫୋନର ମଜାନେବେ ବୋଲି ଆମେ ଆଶା ରଖିଛୁ। ଏହି ଫୋନରେ କ୍ବାଲକମ୍ ସ୍ନାପଡ୍ରାଗନ ୬୩୬ ଅକ୍ଟା କୋର ପ୍ରୋସେସର, ୪୦୦୦ ମିଲିଆମ୍ପିଅରର ବ୍ୟାଟେରି ରହିଛି। ସାମ୍ନାରେ ସେଲଫି ପାଇଁ ୨୦ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲର ଦୁଇଟି ଏଆଇ କ୍ୟାମେରା ଲାଗିଛି। ପଛରେ ୧୨ ମେଗା ପିକ୍ସେଲ ଓ ୫ ମେଗା ପିକ୍ସେଲର ଦୁଇଟି କ୍ୟାମେରା ଅଛି। ଏଥିରେ ୬.୨୬ ଇଞ୍ଚର ଫୁଲ ଏଚଡି ପ୍ଲସ ଆଇପିଏସ ଡିସପ୍ଲେ ଲାଗିଛି।

ସମ୍ବନ୍ଧିତ ଖବର