‘ଏସ୍‌ଆଇପି ଆବାକସ୍‌’ର ନୂଆ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ଏସ୍‌ଆଇପି ଇଣ୍ଡିଆ ଏକାଡେମି ପକ୍ଷରୁ ଏସ୍୍‌ଆଇପି ଆବାକସ୍‌ର ନୂତନ କେନ୍ଦ୍ର କିଟ୍‌ ଛକ ନିକଟରେ ଖୋଲାଯାଇଛି। ଏହାକୁ ଓଡିଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ଏସ୍‌ ମୀନକେତନ ଓ ଏସ୍‌ଆଇପି ଇଣ୍ଡିଆର ନି‌ର୍ଦେଶକ ଟି ଶ୍ରୀହରି ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ବରରେ ଏହା ଏସ୍‌ଆଇପି ଆବାକସ୍‌ର ତୃତୀୟ ଓ ଓଡ଼ିଶାର ୧୦ତମ କେନ୍ଦ୍ର। ଏଠାରେ ୫-୧୨ ବର୍ଷ ବୟସର ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି। ଏହି ଅବସରରେ ସଂସ୍ଥାର ଓଡ଼ିଶା ମୁଖ୍ୟ ସୁନୀଲ ନାୟକ କଂପାନିର ଭବିଷ୍ୟତ ଯୋଜନା ଓ ଆକ୍ସନ୍ ପ୍ଲାନ୍ ବିଷୟରେ ଅ‌ାଲୋଚନା କରିଛନ୍ତି। ନୂତନ କେନ୍ଦ୍ରର ମୁଖ୍ୟ ପ୍ରୀତମ କର ସ୍ବାଗତ ଭାଷଣ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର