ଜମାକାରୀଙ୍କ ଅର୍ଥ ସୁରକ୍ଷିତ ଅଛିି, ଶୀଘ୍ର ସମସ୍ୟାର ସମାଧାନ ହେବ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ୟେସ ବ୍ୟାଙ୍କ ସଂକଟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜମାକାରୀ, ବ୍ୟାଙ୍କ ଓ ଅର୍ଥନୀତିର ସ୍ୱାର୍ଥରକ୍ଷା ପାଇଁ ସବୁପ୍ରକାରର ପଦକ୍ଷେପ ନିଆଯାଉଛି ।
ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଏହି ମାମଲାର ଖୁବ ଶୀଘ୍ର ସମାଧାନ ହୋଇଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଆଶ୍ୱାସନା ଦେଇଛନ୍ତି । ଉଭୟ ରିଜର୍ଭ ବ୍ୟାଙ୍କ ଓ ସରକାର ଏହା ଉପରେ ନଜର ରଖିଛନ୍ତି । ଜମାକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।
ଗତକାଲି ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିଛନ୍ତି । ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବେ ନାହିଁ କିମ୍ବା ନୂଆ ନିବେଶ କରିପାରିବେ ନାହିଁ । ୟେସ ବ୍ୟାଙ୍କର ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ ଏସବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ନିଯୁକ୍ତ କରିଛି ।

ୟେସ ବ୍ୟାଙ୍କ ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ଷ୍ଟକ ବଜାରରେ ୟେସ ବ୍ୟାଙ୍କର ସେୟାର ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର