ଡିସେମ୍ବର ୧ରୁ ବଦଳିଯିବ ଏହି ୬ଟି ନିୟମ, ଶେଷ କରି ଦିଅନ୍ତୁ ଏହି ଜରୁରୀ କାମ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ କିଛି ନିୟମରେ ପରିବର୍ତ୍ତନ ଆସିବ। ଏହି ପରିବର୍ତ୍ତନର ପ୍ରଭାବ ଆପଣଙ୍କ ଉପରେ ବି ପଡ଼ିବ। ଏଥିପାଇଁ ଡିସେମ୍ବର ୧ ପୂର୍ବରୁ ଏହିସବୁ କାମକୁ ଶେଷ କରି ଦିଅନ୍ତୁ। ନଚେତ ଅସୁବିଧାରେ ପଡ଼ି ପାରନ୍ତି। ଯଦି ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଚଳିତ ମାସ ଶେଷ ସୁଦ୍ଧା ତିନିଟି ବିଶେଷ କାମ ଶେଷ କରି ଦିଅନ୍ତୁଯ ନଚେତ ଡିସେମ୍ବର ପହିଲାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତିଯ

ନେଟ ବ୍ୟାଙ୍କିଂ ହେବ ବନ୍ଦ: ଯଦି ଆପଣ ଚାହୁଁଛନ୍ତି ଡିସେମ୍ବର ୧ରୁ ଆପଣଙ୍କ ପାଇଁ ନେଟ ବ୍ୟାଙ୍କିଂ ବନ୍ଦ ହୋଇ ନଯାଉ, ତେବେ ଯଥା ଶୀଘ୍ର ଆପଣ ଜମାଖାତାରେ ମୋବାଇଲ ନମ୍ବର ରେଜିଷ୍ଟର କରି ଦିଅନ୍ତୁ। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରକାଶ କି, ଯେଉଁମାନେ ନିଜର ମୋବାଇଲ ନମ୍ବର ଜମା ଖାତାରେ ରେଜିଷ୍ଟର କରି ନାହାନ୍ତି, ଏହି ରେଜିଷ୍ଟର ୩୦ ଡିସେମ୍ବର ସୁଦ୍ଧା କରି ନେବା ଉଚିତ। ନେଟ ବ୍ୟାଙ୍କିଂ ବନ୍ଦ ହୋଇଗଲେ ଅନଲାଇନ୍‌ ନେଣଦେଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

ଏସ୍‌ବିଆଇ ବଡ଼ି: ଆପଣ ଯଦି ଏସ୍‌ବିଆଇ ବଡ଼ି ଓ୍ଵାଲେଟରେ କିଛି ଅର୍ଥ ରଖିଛନ୍ତି, ତାହାକୁ ଯଥା ଶୀଘ୍ର ବାହାର କରି ନିଅନ୍ତୁ। କାରଣ ୩୦ ନଭେମ୍ବର ପରେ ଏହି ଓ୍ଵାଲେଟ ବନ୍ଦ ହୋଇଯିବ। ଏସ୍‌ବିଆଇ ଏହାର ସୂଚନା ଦେବାକୁ ଯାଇ କହିଛି କି, ଗ୍ରାହକ ଯାହା ବି ବାଲାନ୍‌ସ ଏସ୍‌ବିଆଇ ବଡ଼ି ଓ୍‌ାଲେଟରେ ରଖିଛନ୍ତି ତାହାକୁ ଉଇଥ୍‌ଡ୍ର କରି ନିଅନ୍ତୁ।

ଜମା କରନ୍ତୁ ଲାଇଫ୍‌ ସାର୍ଟିଫିକେଟ: ସେହିପରି ଯଦି ଆପଣ ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖାରୁ ପେନ୍‌ସନ୍‌ ନେଉଛନ୍ତି ତେବେ ୨୦୧୮ ନଭେମ୍ବର ୩୦ ଭିତରେ ଜୀବନ ପ୍ରମାଣ ପତ୍ର ଜମା କରିବା ଅନିବାର୍ଯ୍ୟ। ଏପରି ନ କଲେ ଡିସେମ୍ବର ୧ରୁ ଆପଣଙ୍କ ପେନ୍‌ସନ୍‌ ଅଟକି ଯିବ।

ପେନ୍‌ସନ୍‌ ଲୋନ୍‌ର ପ୍ରୋସେସିଙ୍ଗ ଫି: ଏସ୍‌ବିଆଇ ଶାଖାରୁ ପେନ୍‌ସନ୍‌ ରାଶି ବାହାର କରିବାକୁ ଥିବା ୭୬ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ପ୍ରତିରକ୍ଷା ବିଭାଗର ପେନ୍‌ସନ୍‌ଧାରୀଙ୍କୁ ଡିସେମ୍ବର ୧ରୁ ଲୋନ୍‌ ନେବା ସମୟରେ ପ୍ରୋସେସିଂ ଫି ଦେବାକୁ ପଡ଼ିବ। ଏଥିପାଇଁ ବ୍ୟାଙ୍କ୍‌ ଫେଷ୍ଟିଭ୍‌ ଅଫର ଜରିଆରେ ୩୦ଡିସେମ୍ବର ପର୍ଯ୍ୟନ୍ତ ପ୍ରୋସେସିଂ ଫି ଛାଡ଼ ରଖିଥିଲା।

ଡିସେମ୍ବର ୧ରୁ ଡ୍ରୋନ୍‌ ଉହାଣ ପାଇଁ ମଞ୍ଜୁରୀ ମିଳିଯିବ। ନାଗରିକ ଉଡାଣ ମନ୍ତ୍ରାଳୟ ଏଥିପାଇଁ ଜାତୀୟ ନୀତି ପ୍ରସ୍ତୁତ କରିଛନ୍ତି। ଏହା ଜରିଆରେ ଡ୍ରୋନ୍‌ର ମାଲିକ ଓ ପାଇଲଟଙ୍କୁ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ। ଏବଂ ପ୍ରତ୍ୟେକଙ୍କୁ ଉଡାଣ ପାଇଁ ଅନୁମତି ନେବାକୁ ପଡ଼ିବ।

ପ୍ଲେସ୍‌ମେଣ୍ଟ ସିିଜନ୍‌ ଆରମ୍ଭ: ଆଇଆଇଟି ମଡ୍ରାସରେ ଡିସେମ୍ବର୧ରୁ ପ୍ଲେସ୍‌ମେଣ୍ଟ ସିଜନ୍‌ ଆରମ୍ଭ ହେବ। ଏହା ଡିସେମ୍ବର ୧ରୁ ୮ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର