ନୂଆଦିଲ୍ଲୀ : ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ ଶନିବାର ଅନୁଷ୍ଠିତ ହେବ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ଏଥିରେ ମୁଖ୍ୟତଃ କୃଷି, ଭିତ୍ତିଭୂମି, କଳ କାରଖାନାରେ ଉତ୍ପାଦନ ଏବଂ ମାନବ ସମ୍ବଳ ବିକାଶ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି। ପରିଚାଳନା ପରିଷଦ ହେଉଛି ନିତି ଆୟୋଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା। ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, କେତେକ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ସଦସ୍ୟ ରହିଛନ୍ତି। ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଲଦାଖର ପ୍ରତିନିଧିତ୍ବ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବାକୁ ଥିବାବେଳେ ଜମ୍ମୁ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଏଥିରେ ପ୍ରତିନିଧିତ୍ବ କରିବ। କିନ୍ତୁ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇ ନପାରନ୍ତି।
ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ ଆଜି
/sambad/media/post_attachments/wp-content/uploads/2020/11/Niti_Aayog.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)