ଭୁବନେଶ୍ବର : ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଗ୍ରାମରେ ଏକ ନୂତନ ଦକ୍ଷତା ତାଲିମ କେନ୍ଦ୍ର ‘ଭିଇଦକ୍ଷତା’ପ୍ରତିଷ୍ଠା କରାଯାଇଛି। ସେଥିରେ ସୁନ୍ଦରଗଡ଼ର ହେମଗିର ବ୍ଲକ ଓ ଝାରସୁଗୁଡ଼ାର ଲଖନପୁର ବ୍ଲକ୍ର ଆଶାୟୀ ଯୁବକଯୁବତୀଙ୍କୁ ତାଲିମ ଦିଆଯିବ। ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦାଶରଥୀ ସରାବୁ ନୂଆ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଏହା ଏହି ଅଞ୍ଚଳ ପାଇଁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ବୋଲି ସେ କହିଛନ୍ତି। ଏହି ଅବସରରେ ହେମଗିର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୋପାଳ ପଧାନ, ମୁଣ୍ଡେଲଖେତ ସରପଞ୍ଚ ସନ୍ୟାସୀ ବାଗ ଓ ଗର୍ଜନଜୋର ସରପଞ୍ଚ ସୁନନ୍ଦା କାଲୋ ଉପସ୍ଥିତି ଥିଲେ।
ବେଦାନ୍ତ ଆଲୁମିନିୟମ ସ୍କୁଲନେଟ୍ ଇଣ୍ଡିଆ ଲିମିଟେଡ୍ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି)ର ମିଳିତ ଉଦ୍ୟୋଗ ଲର୍ଣ୍ଣନେଟ୍ ସ୍କିଲ୍ସ ଲିମିଟେଡ୍ ସହ ସହଯୋଗିତା ସ୍ଥାପନ କରିଛି। ଏହି କେନ୍ଦ୍ରରେ ସିଲେଇ ତାଲିମ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ ଏବଂ ଖାଦ୍ୟ ଓ ପାନୀୟ ସେବା ଉପରେ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆଗାମୀ ତିନି ବର୍ଷ ମଧ୍ୟରେ ୭୦୦ ଗ୍ରାମୀଣ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବା। ପ୍ରଥମ ବ୍ୟାଚ୍ରେ ୧୦୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।ଏହି କେନ୍ଦ୍ରରେ ବହୁମୁଖୀ ହଲ୍, ଏକ ଡିଜିଟାଲ୍ ପ୍ରଶିକ୍ଷଣ କକ୍ଷ, ବିଭିନ୍ନ ବ୍ୟବସାୟ ପାଇଁ ପ୍ରଶିକ୍ଷଣ କକ୍ଷ ଏବଂ ଉଭୟ ବାଳକ ଓ ବାଳିକାଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା ରହିଛି। ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଯୁବବର୍ଗଙ୍କୁ ଦକ୍ଷ କରିବା ସହିତ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ଢାଞ୍ଚାର ଉନ୍ନତି ପାଇଁ ଆମର ଲକ୍ଷ୍ୟର କେନ୍ଦ୍ରବିନ୍ଦୁ। ବେଦାନ୍ତ ଆଲୁମିନିୟମର କୋଇଲା ଖଣିର ସିଓଓ କଂସଜିତ ଭାଉମିକ କହିଛନ୍ତି ଯେ ଏହି କେନ୍ଦ୍ର ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଆତ୍ମର୍ନିଭରଶୀଳ କରିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।
ବେଦାନ୍ତର ‘ଭିଇଦକ୍ଷତା ତାଲିମ କେନ୍ଦ୍ର
ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଗ୍ରାମରେ ଏକ ନୂତନ ଦକ୍ଷତା ତାଲିମ କେନ୍ଦ୍ର ‘ଭିଇଦକ୍ଷତା’ପ୍ରତିଷ୍ଠା କରାଯାଇଛି।
/sambad/media/media_files/2024/12/12/dK0c8SvI5fytDyWu91QI.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)