ଏସ୍‌ଡିଆଇ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏସ୍‌ଡିଆଇ, ଭୁବନେଶ୍ୱର ପକ୍ଷରୁ ବ୍ରହ୍ମପୁରରେ ଯୁବ ବର୍ଗଙ୍କ ପାଇଁ ସାତ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୧ରୁ ୧୭ ପର୍ଯ୍ୟନ୍ତ ଏହା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଇଣ୍ଡିଆନ୍‌ ଅଏଲର ମୁଖ୍ୟ ପ୍ରବନ୍ଧକ-ଅର୍ଥ ଅରୁଣ କୁମାର ପ୍ରଧାନ, ଏସ୍‌ଡିଆଇ ଅଫିସର ରାଜେଶ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ବିତରଣ କରିଥିଲେ। ଯୁବବର୍ଗଙ୍କୁ ଅଧିକ ରୋଜଗାରକ୍ଷମ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ଏବଂ କୌଶଳ ତାଲିମ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏସ୍‌ଡିଆଇ ଭୁବନେଶ୍ୱର ହାଇଡ୍ରୋକାର୍ବନ କ୍ଷେତ୍ରରେ ସ୍ଥାପିତ ପ୍ରଥମ ଦକ୍ଷତା ବିକାଶ ପ୍ରତିଷ୍ଠାନ। ଅକ୍ଟୋବର ୧୨ରେ ଏସ୍‌ଡିଆଇ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌ ଏନ୍‌ ରାଓ ବ୍ରହ୍ମପୁରଠାରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଇଣ୍ଡିଆନ୍‌ ଅଏଲ ବ୍ରହ୍ମପୁର ଡିଭିଜନ୍‌ର ଏସ୍‌ ଏନ୍‌ ଦ୍ୱିବେଦୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର