ଭୁବନେଶ୍ବର: ରାଜ୍ୟ ଜିଏସ୍ଟି ଅଧିକାରୀମାନଙ୍କ ଲାଗି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ବର ଶାଖା କାର୍ଯ୍ୟାଳୟରେ ଏକ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇସିଏଆଇର ଜିଏସ୍ଟି ଓ ପରୋକ୍ଷ ଟିକସ କମିଟି ସହଯୋଗରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି କମିସନର ସୁଶୀଲ କୁମାର ଲୋହାନି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆଇସିଏଆଇର ଜିଏସ୍ଟି ଓ ପରୋକ୍ଷ ଟିକସ କମିଟିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପି, କେନ୍ଦ୍ରୀୟ ପରିଷଦ ସଦସ୍ୟ ସୁଶୀଲ କୁମାର ଗୋୟଲ, ଆଇସିଏଆଇ ଭୁବନେଶ୍ବରର ଅଧ୍ୟକ୍ଷ ରଞ୍ଜନ କୁମାର ପୃଷ୍ଟି, ଆଇଏସିଆଇର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ରୢାଙ୍କର ୧୭୯ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ରିଅଲ ଇଷ୍ଟେଟ୍ କ୍ଷେତ୍ର ଓ ପୂର୍ତ୍ତ କାର୍ଯ୍ୟବରାଦ ସେବାରେ ଜିଏସ୍ଟି ପରିଚାଳନାକୁ ନେଇ ସ୍ବତନ୍ତ୍ର ବିଷୟ ଉପରେ ଆଲୋଚନା ହୋଇଥିଲା। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ବିରେନ୍ଦ୍ର ଚୌହ୍ବାନ, ୟତିଶ ପାଇ ଭର୍ନେକର, ବିଶାଲ ପୋଦାର ଓ ମନ୍ଦର ତେଲାଙ୍ଗ ଅଧିବେଶନ ପରିଚାଳନା କରିଥିଲେ। ଆଗାମୀ ଦିନରେ ଏଭଳି ଅଧିବେଶନ ଆୟୋଜନ କରାଯିବ ବୋଲି କମିସନର ଶ୍ରୀ ଲୋହାନି ସୂଚନା ଦେଇଛନ୍ତି।
ଜିଏସ୍ଟି ଅଧିକାରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2022/07/sf65h46h4f65shsfhsfhshffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)