‘ଫେୟାର୍ ଆଣ୍ଡ୍ ଲଭ୍‌ଲି’ କ୍ରିମ୍‌ ନାଁରୁ ‘ଫେୟାର୍’ ଶବ୍ଦ ଉଠିଯିବ: ହିନ୍ଦୁସ୍ତାନ ୟୁନିଲିଭର୍

ବେଙ୍ଗାଲୁରୁ: ସୁପରିଚିତ ସ୍କିନ୍ କ୍ରିମ୍ ‘ଫେୟାର୍ ଆଣ୍ଡ୍ ଲଭ୍‌ଲି’  ନାଁରୁ ‘ଫେୟାର୍’ ଉଠିଯିବ ବୋଲି  ଏହାର ନିର୍ମାତା ହିନ୍ଦୁସ୍ତାନ ୟୁନିଲିଭର୍ ଗୁରୁବାର ଦିନ କହିଛି। ଏହି ନାଁ ଶ୍ୟାମଳ ରଙ୍ଗ ଚର୍ମ ପ୍ରତି ନକାରାତ୍ମକ ମନୋଭାବ ପ୍ରଦର୍ଶନ କରୁଛି ବ‌ୋଲି କିଛି ଦିନ ହେବ ସମାଲୋଚିତ ହୋଇ ଆସୁଥିଲା।

ଟୁଇଟ୍ କରି ହିନ୍ଦୁସ୍ତାନ ୟୁନିଲିଭର୍‌ କହିଛି: ସୌନ୍ଦର୍ଯ୍ୟର ବିବିଧତା ଅଭିବାଦନ ଜଣାଇ ସବୁ ବର୍ଣ୍ଣର ତ୍ବଚାର ଯତ୍ନ ନିମନ୍ତେ ଆମେ ପ୍ରତିବଦ୍ଧ। ସେହି କାରଣରୁ ଆମେ ଉତ୍ପାଦରୁ  ‘ଫେୟାର୍‌ନେସ୍’, ‘ହ୍ବାଇଟେନିଙ୍ଗ୍’ ଓ ‘ଲାଇଟେନିଙ୍ଗ୍’ ଆଦି ଶବ୍ଦ ଉଠାଇ ଦିଆଯାଇ ‘ଫେୟାର୍ ଆଣ୍ଡ୍ ଲଭ୍‌ଲି’ର ବ୍ରାଣ୍ଡ୍‌ ନେମ୍ ପରିବର୍ତ୍ତନ କରାଯିବ।

ହିନ୍ଦୁସ୍ତାନ ଲିଭର୍ କହିଛି ଯେ, ଉତ୍ପାଦରେ ଆଉ ‘ଫେୟାର୍’ ଶବ୍ଦ ରହିବ ନାହିଁ। ଏହି କ୍ରିମ୍‌ର ନୂତନ ନାଆଁ ରେଗୁଲେଟରିଙ୍କ ଅନୁ‌ମୋଦନ ପ୍ରତୀକ୍ଷାରେ ରହିଛି।

 

ସମ୍ବନ୍ଧିତ ଖବର