ଜାନୁଆରିରୁ ସ୍କୋଡା କାର ଦାମ୍‌ ବଢ଼ିବ

ନୂଆଦିଲ୍ଲୀ: ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ ଏହାର ବିଭିନ୍ନ ରେଞ୍ଜର ଯାନ ମୂଲ୍ୟ ଆସନ୍ତାବର୍ଷ ଜାନୁଆରିରୁ ବୃଦ୍ଧି ଘଟିବ। ଏଥିଯୋଗୁଁ କମ୍ପାନିର ବିଭିନ୍ନ ମଡେଲ କାର ମୂଲ୍ୟ ୨ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଭାରତରେ ଏବେ ୪ଟି ମଡେଲ ଗାଡ଼ି ଯଥା ରାପିଡ୍‌, ଅକ୍ଟାଭିଆ, ସୁପର୍ବ ସମେତ କୋଡିଆକ୍‌ ଏସ୍‌ୟୁଭି ବିକ୍ରି ହେଉଛି। ପ୍ରଥମ କମ୍ପାନି ଭାବେ ସ୍କୋଡା ମୂଲ୍ୟ ବୃଦ୍ଧି ଘୋଷଣା କରିଥିବାବେଳେ ଏଥିରେ ଅନ୍ୟ କମ୍ପାନି ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି। ସ୍କୋଡା କାର ଗୁଡ଼ିକର ଏକ୍ସସୋରୁମ୍‌ ମୂଲ୍ୟ ଦିଲ୍ଲୀରେ ୮ ଲକ୍ଷ ୨୦ ହଜାରରୁ ୩୪ ଲକ୍ଷ ୫୦ ହଜାର ଟଙ୍କା ପର୍ଯନ୍ତ ରହିଛି।

ସମ୍ବନ୍ଧିତ ଖବର