ଭାରତରେ ‘କୁଶକ’ର ବଜାର ପ୍ରବେଶ କରାଇଲା ସ୍କୋଡା

ନୂଆଦିଲ୍ଲୀ: ସ୍କୋଡା ର ବହୁ ପ୍ରତୀକ୍ଷିତ କମ୍ପାକ୍ଟ ଏସୟୁଭି କାର ‘କୁଶକ’ ଭାରତରେ ଲଂଚ ହୋଇଛି | ୨୦୨୦ ଅଟୋ ଏକ୍ସପୋରେ କମ୍ପାନୀ ସ୍କୋଡା ଭିଜନ ଇନ ନାମରେ ଏହି କାରକୁ ପ୍ରଦର୍ଶିତ କରାଇଥିଲା | ତେବେ ବର୍ତ୍ତମାନ ‘କୁଶକ’ ନାମରେ ଏହି କାରର ଉତ୍ପାଦନ କରାଯିବ ବୋଲି କମ୍ପାନୀ ଘୋଷଣା କରିଛି | ସ୍କୋଡା କୁଶକ ଭାରତରେ ଏସୟୁଭି ରେଞ୍ଜରେ କିଆ ସେଲ୍ଟୋସ୍ ଏବଂ ହୁଣ୍ଡାଇ କ୍ରେଟା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। କୁଶକ ହେଉଛି ଏକ ସଂସ୍କୃତ ଶବ୍ଦ, ଆଉ ସ୍କୋଡା ପ୍ରଥମ ଥର ପାଇଁ ଏକ ଭାରତୀୟ ଭାଷା ନିଜ କାରର ନାମ ରଖିଛି। ସଂସ୍କୃତ ଶବ୍ଦ ‘କୁଶକ’ର ଅର୍ଥ ହେଉଛି ‘ରାଜା’ ବା ‘ସମ୍ରାଟ’।

ତେଣୁ ‘ସ୍କୋଡା କୁଶକ’ ନାମ ଘୋଷଣା ସମୟରେ କମ୍ପାନୀ ‘ଜଣେ ପ୍ରକୃତ ରାଜାଙ୍କ ପାଇଁ ମାର୍ଗ’ ଟ୍ୟାଗଲାଇନ୍ ଦେଇଛି। ସ୍କୋଡା କୁଶକ ଦୁଇଟି ଇଞ୍ଜିନ୍ ବିକଳ୍ପ ଦିଆଯାଇଛି | ପ୍ରଥମ ୧.୦ ଲିଟର ଟିଏସଆଇ ଇଂଜିନ ଏବଂ ୧.୫ ଲିଟର ଟିଏସଆଇ ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ଦିଆଯାଇଛି | ଏହି ଇଞ୍ଜିନ୍ ସହିତ ୬ଟି ସ୍ପିଡ୍ ମାନୁଆଲ୍ ଏବଂ ୬ଟି ସ୍ପିଡ୍ ଟର୍କ କନଭର୍ଟର ଟ୍ରାନ୍ସମିସନର ରହିବ |

କୁଶକରେ ୬ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଏବଂ ୭ ସ୍ପିଡ଼ ଶିଫ୍ଟ ଗିଅରବକ୍ସ ଦିଆଯାଇଛି | କୁଶକ ଏସୟୁଭିରେ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି | ଏଥିରେ ୬ଟି ଏୟାରବ୍ୟାଗ ସେଟଅପ୍, ଟାୟାର ପ୍ରେସର ମନିଟରିଂ ସିଷ୍ଟମ (ଟିପିଏସ୍), ଇଲେକ୍ଟ୍ରୋନିକ୍ ଷ୍ଟବିଲିଟି କଣ୍ଟ୍ରୋଲ , ମଲ୍ଟି କୋଲିଜନ ବ୍ରେକ ଦିଆଯାଇଛି |

ସମ୍ବନ୍ଧିତ ଖବର