ନୂଆଦିଲ୍ଲୀ: ସ୍କୋଡା ଅଟୋ ଇଣ୍ଡିଆ ଏହାର ଆଗାମୀ ନୂତନ ଗାଡିର ନାମ 'କୁଶକ୍' ଭାବେ ନାମିତ କରିଛି | କୁଶକ ହେଉଛି ଏକ ସଂସ୍କୃତ ଶବ୍ଦ, ଆଉ ସ୍କୋଡା ପ୍ରଥମ ଥର ପାଇଁ ଏକ ଭାରତୀୟ ଭାଷା ନିଜ କାରର ନାମ ରଖିଛି। ସଂସ୍କୃତ ଶବ୍ଦ 'କୁଶକ'ର ଅର୍ଥ ହେଉଛି 'ରାଜା' ବା 'ସମ୍ରାଟ'। ତେଣୁ 'ସ୍କୋଡା କୁଶକ' ନାମ ଘୋଷଣା ସମୟରେ କମ୍ପାନୀ 'ଜଣେ ପ୍ରକୃତ ରାଜାଙ୍କ ପାଇଁ ମାର୍ଗ' ଟ୍ୟାଗଲାଇନ୍ ଦେଇଛି। କମ୍ପାନୀ ଏହାର ବିବୃତ୍ତିରେ କହିଛି ଯେ ସଂସ୍କୃତ ହେଉଛି ବିଶ୍ୱର ଅନ୍ୟତମ ପୁରାତନ ଭାଷା।
ଏହା ଭାରତର ୨୨ ଟି ଅଧିକାରିକ ଭାଷା ମଧ୍ୟରୁ ଗୋଟିଏ ହୋଇଥିବାବେଳେ ଏହାଦ୍ୱାରା ଭାରତୀୟ ଉପମହାଦେଶ ସହିତ କମ୍ପାନୀର ଯୋଗଦାନ ପ୍ରତିଫଳିତ ହୋଇଛି | ଚେକ ରିପବ୍ଲିକର କାର କମ୍ପାନୀ ସ୍କୋଡା ଭାରତରେ ଏହାର ବ୍ୟବସାୟକୁ ବିସ୍ତାର କରିବା ପାଇଁ 'ଇଣ୍ଡିଆ ୨.୦' ପ୍ରକଳ୍ପ ଆରମ୍ଭ କରିଛି। । ଏହି ପ୍ରକଳ୍ପ ଅଧୀନରେ ବିକଶିତ ହୋଇଥିବା 'କୁଶକ୍' ହେଉଛି ପ୍ରଥମ ମଡେଲ୍ |
ŠKODA has christened its midsized SUV, the first vehicle designed and developed under the INDIA 2.0 project, as the KUSHAQ. The anointment with 'K' at the start & 'Q' at the end resonates the virtues of the ŠKODA SUV family: KODIAQ, KAROQ & KAMIQ. #KUSHAQpic.twitter.com/dtcH898Ogd
— ŠKODA AUTO India (@SkodaIndia) January 7, 2021
କମ୍ପାନୀ ଏହାକୁ ଚଳିତ ବର୍ଷ ମାର୍ଚ୍ଚରେ ବଜାରକୁ ଆଣିବ । ଏହା ଏକ ମଧ୍ୟମ ଆକାରର ଏସୟୁଭି ହେବ | ତେବେ କମ୍ପାନୀ ଏହାର ବୁକିଂ ବିଷୟରେ କୌଣସି ସୂଚନା ଦେଇନାହିଁ।