ନିଟ୍ ଆଶାୟୀଙ୍କ ପାଇଁ ଆକାଶ-ବାଇଜୁସ୍‌ର ଅଡ଼ିଓ ବୁକ୍

ଭୁବନେଶ୍ବର: ନିଟ୍ ଆଶାୟୀମାନଙ୍କ ଲାଗି ଆଜି ଆକାଶ-ବାଇଜୁସ୍‌ ପକ୍ଷରୁ ‘ଆକାଶ ଅଡିପ୍ରେପ୍’ ନାମକ ଅଡିଓ ବୁକ୍ ଉନ୍ମୋଚନ କରାଯାଇଛି। ଆକାଶ-ବାଇଜୁସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବ) ଅଜୟ ବାହାଦୁର ସିଂହ, ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ନ୍ୟାସନାଲ ଏକାଡେମିକ୍ ଡାଇରେକ୍ଟର ଅନୁରାଗ ତିୱାରୀ ଏହାକୁ ଉନ୍ମୋଚନ କରିଛନ୍ତି। ଏହା ହେଉଛି ଏକ ୱେବ୍ ଓ ଆପ୍ ଭିତ୍ତିକ ସମାଧାନ। ଛାତ୍ରଛାତ୍ରୀମାନେ ନିଜ ସୁବିଧାରେ ଏହାକୁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଶୁଣିପାରିବେ ଓ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଉପରେ ବିଶେଷଜ୍ଞମାନଙ୍କ ଦ୍ବାରା ଏହି ଅଡିଓ ବୁକ୍‌ ପ୍ରସ୍ତୁତ କରାଯାଇଛି ଯାହାକୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯିବ। ଏହି ଅବସରରେ ଏଇଏସ୍‌ଏଲ୍‌ର ଅଧିକାରୀ ବରୁଣ ସୋନି, ଆର୍‌ଏସ୍‌ଜିଏଚ୍‌-ଓଡ଼ିଶା ବିକାଶ ଦାସ ଓ ସୂର୍ଯ୍ୟଭାନୁ ସିଂହ ଉପସ୍ଥିତି ଥିଲେ।

ସମ୍ବନ୍ଧିତ ଖବର