ସ୍ଲିପ୍‌ୱେଲ୍‌ର ‘ରନ୍ ଫର୍‌ ହେଲ୍‌ଥ’ ଅଭିଯାନ

ନୂଆଦିଲ୍ଲୀ: ଶିଲା ଫୋମସ୍‌ ଲିମିଟେଡ୍‌ର ଅଗ୍ରଣୀ ମାଟ୍ରେସ୍‌ ବ୍ରାଣ୍ଡ୍‌ ସ୍ଲିପ୍‌ୱେଲ୍ ପକ୍ଷରୁ ବାର୍ଷିକ ମାରାଥନ୍ ‘ରନ୍ ଫର୍‌ ହେଲ୍‌ଥ’ ଆୟୋଜନ କରାଯାଇଛି। କଂପାନିର ସାରା ଦେଶରେ ଥିବା କାର୍ଯ୍ୟାଳୟ ଓ କାରଖାନାରେ ଏହି ଅଭିଯାନକୁ ଆୟୋଜନ କରାଯାଇଥିଲା। ଚାଳିଶ ବର୍ଷରୁ କମ୍ ବୟସ ଓ ଅଧିକ ବୟସ ଭଳି ଦୁଇଟି ବର୍ଗରେ ଏହି ମାରାଥନ୍ ଆୟୋଜନ କରାଯାଇଥିଲା। ଲୋକମାନେ ଏଥିରେ ଭାଗ ନେଇ ଆନନ୍ଦ ପ୍ରକଟ କରିଛନ୍ତି। ଏହି ଅଭିଯାନ ସମ୍ପର୍କରେ କଂପାନିର ପରିଚାଳନା ନିର୍ଦେଶକ ରାହୁଲ ଗୌତମ କହିଛନ୍ତି ଯେ ଶିଲା ଫୋମ୍‌ରେ ଆମର ବିଶ୍ବାସ ରହିଛି ଯେ ଲୋକମାନେ ସୁସ୍ଥ ରହିଲେ ସେମାନେ ନିଜର ଓ ସଂସ୍ଥାର ସଫଳତା ପାଇଁ ଯୋଗଦାନ ଦେଇପାରିବେ। ଏଥର ଆମ ବାର୍ଷିକ ମାରାଥନ୍‌ର ଲକ୍ଷ୍ୟ ଥିଲା ଆମ ଅନୁଭୂତିରୁ ଶିକ୍ଷା ଲାଭ କରିବା ଏବଂ ଏକ ସୁସ୍ଥକର ଜୀବନଶୈଳୀକୁ ଗ୍ରହଣ କରିବା। ଏଥିରେ ଆମ କର୍ମଚାରୀଙ୍କ ଅଂଶଗ୍ରହଣକୁ ଦେଖି ଆମେ ଉତ୍ସାହିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର