ରୁପା ଦାମ୍ ୪୫ ହଜାର ଟଙ୍କା

ନୂଆଦିଲ୍ଲୀ: ସୁନା ପରେ ଏବେ ବଜାରରେ ରୁପା ଦର‌ ମାତ୍ରାଧିକ ବୃଦ୍ଧି ପାଇଛି। ଦିଲ୍ଲୀରେ ଆଜି ରୁପା ଦର କିଲୋଗ୍ରାମ ପିଛା ୨ ହଜାର ଟଙ୍କା ବୃଦ୍ଧି ଘଟି ୪୫ ହଜାର ଟଙ୍କାରେ ପହଞ୍ଚିଛି। ପୂର୍ବରୁ ରୁପା ଦର କେବେ ବି ଏହି ସ୍ତରକୁ ଯାଇ ନଥିଲା। ଅନ୍ୟପକ୍ଷରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ପାଇ ୩୮,୩୭୦ ଟଙ୍କାକୁ ହ୍ରାସ ପାଇଛି। ଗତକାଲି ସୁନା ଦର ‌୩୮,୪୭୦ ଟଙ୍କାରେ ପହଞ୍ଚି ରେକର୍ଡ କରିଥିଲା।

ସମ୍ବନ୍ଧିତ ଖବର