କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସ୍ବୀକୃତି ମିଳିବ

O ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ O ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ରାଜ୍ୟର ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଲାଗି ସମ୍ବାଦ ପକ୍ଷରୁ ଚଳିତ ବର୍ଷ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ-୨୦୧୯ ଆୟୋଜନ କରାଯାଇଛି। ଗତ ଥର ଭଳି ଏଥର ମଧ୍ୟ ଉଦ୍ୟୋଗୀମାନଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯିବ।
ସେଥିମଧ୍ୟରୁ ଗୋଟିଏ ହେଲା କ୍ଷୁଦ୍ର ଉଦ୍ୟୋଗ । କ୍ଷୁଦ୍ର ଉଦ୍ୟୋଗ ବର୍ଗରେ ୩ଟି ସଂସ୍ଥାକୁ ପୁରସ୍କୃତ କରାଯିବ। କମ୍ପାନି ଗୁଡ଼ିକୁ ଏଥିପାଇଁ ଆବେଦନ କରିବାକୁ ହେବ। ରାଜ୍ୟରେ ଅନେକ କ୍ଷୁଦ୍ର କମ୍ପାନି ସେମାନଙ୍କ ବ୍ୟବସାୟ କରିବା ସହିତ ସମାଜର ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଲୋକଙ୍କୁ ନିଯୁକ୍ତି ଯୋଗାଇବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏସବୁ କମ୍ପାନି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଭଣ୍ଡାରକୁ ବଢ଼ାଇବାରେ ଲାଗିଛନ୍ତି। ମୋଟାମୋଟି ଭାବେ ଦେଖିଲେ ରାଜ୍ୟ ଅର୍ଥନୀତିର ବିକାଶରେ କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକର ଭୂମିକା କିଛି କମ୍ ନୁହେଁ । ଏହି କମ୍ପାନି ଗୁଡ଼ିକ ମଧ୍ୟରୁ ଅନେକ ରାଜ୍ୟ ବାହାରେ ନିଜର ଉତ୍ପାଦ ଓ ସେବା ଯୋଗାଉଛନ୍ତି।
ସେମାନଙ୍କୁ ସମ୍ମାନିତ କରାଗଲେ ସେମାନେ ଆହୁରି ଅଧିକ ଭଲ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ। ଏହି ଲକ୍ଷ୍ୟରେ ସମ୍ବାଦ ପକ୍ଷରୁ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ର ଆୟୋଜନ କରାଯାଇଛି। ଅନ୍ୟ ବର୍ଗ ଗୁଡ଼ିକ ଭଳି କ୍ଷୁଦ୍ର ଉଦ୍ୟୋଗ ବର୍ଗରେ ମଧ୍ୟ ତିନୋଟି ପୁରସ୍କାର ଯଥା ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍‌ଭର୍‌ ପ୍ରଦାନ କରାଯିବ। କମ୍ପାନି ଗୁଡ଼ିକ ଯେଭଳି ସହଜରେ ଆବେଦନ କରିପାରିବେ ସେଥିଲାଗି ସମ୍ବାଦ ପକ୍ଷରୁ ଏକ ୱେବସାଇଟ୍‌ର ବିକାଶ କରାଯାଇଛି। www.sambadawards.com ‌ନାମରେ ଖୋଲାଯାଇଥିବା ଏହି ୱେବସାଇଟ୍‌କୁ ଯାଇ ଉଦ୍ୟୋଗୀମାନେ ଏଥିପାଇଁ ଆବେଦନ କରିପାରିବେ। ଚଳିତ ସଂସ୍କରଣ ପାଇଁ ଆବେଦନର ଶେଷ ତାରିଖ ୨୦୧୯ ଜାନୁଆରି ୪ ରଖାଯାଇଛି। ଉଦ୍ୟୋଗୀମାନଙ୍କୁ ଏହି ସମୟ ଭିତରେ ଆବେଦନ କରିବାକୁ ହେବ।

ସମ୍ବନ୍ଧିତ ଖବର