ସ୍ବଳ୍ପ ସଂଚୟ ଯୋଜନାର ସୁଧହାର କମାଇଲେ ସରକାର

ନୂଆଦିଲ୍ଲୀ :  ସରକାର ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନିମାସ ପାଇଁ ସବୁ ପ୍ରକାରର ସ୍ବଳ୍ପ ସଂଚୟ ସ୍କିମରେ ସୁଧହାରକୁ ୧.୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ଏସବୁ ସ୍କିମ ମଧ୍ୟରେ ଜାତୀୟ ସଂଚୟ ସାର୍ଟିଫିକେଟ, ପିପିଏଫ ମଧ୍ୟ ରହିଛି । ପିପିଏଫ ସୁଧହାରକୁ ୦.୬ ପ୍ରତିଶତ ହ୍ରାସ କରି ୬.୪ ପ୍ରତିଶତ କରାଯାଇଛି । ସେହିପରି ଜାତୀୟ ସଂଚୟ ସାର୍ଟିଫିକେଟ ଉପରେ ଦିଆଯାଉଥିବା ସୁଧହାରକୁ ୦.୯ ପ୍ରତିଶତ ହ୍ରାସ କରି ୫.୯ ପ୍ରତିଶତ କରାଯାଇଛି । ୫ ବର୍ଷିଆ ବରିଷ୍ଠ ନାଗରିକ ସଂଚୟ ସ୍କିର ସୁଧହାରକୁ ମଧ୍ୟ ୦.୯ ପ୍ରତିଶତ ହ୍ରାସ କରି ୬.୫ ପ୍ରତିଶତ କରାଯାଇଛି । ସଂଚୟ ଜମାରେ ସୁଧହାରକୁ ୪ ପ୍ରତିଶତରୁ ହ୍ରାସ କରି ୩.୫ ପ୍ରତିଶତ କରାଯାଇଛି ।

 

ସମ୍ବନ୍ଧିତ ଖବର