ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର) ପାଇଁ ସରକାର ସ୍ବଳ୍ପ ସଞ୍ଚୟ ସ୍କିମ୍ ସୁଧରେ ବୃଦ୍ଧି ଘୋଷଣା କରିଛନ୍ତି। ସୁଧରରେ ନଗଣ୍ୟ ୦.୧%ରୁ ୦.୩%ର ବୃଦ୍ଧି ହୋଇଛି। କିସାନ ବିକାଶ ପତ୍ର, ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍, ଦୁଇ ଓ ତିନି ବର୍ଷିଆ ମିଆଦୀ ଜମା ପାଇଁ ସୁଧ ହାର ବଢ଼ିଛି। ତିନି ବର୍ଷିଆ ଡାକ ଘର ଜମା ଉପରେ ସୁଧ ୫.୮%କୁ ବୃଦ୍ଧି ପାଇଛି। ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ରେ ୭.୬% ସୁଧ ମିଳିବ। ଦୁଇ ଓ ତିନି ବର୍ଷିଆ ଅବଧିର କିସାନ ବିକାଶ ପତ୍ର ସୁଧ ହାର ୭%କୁ ବୃଦ୍ଧି ପାଇଛି। ମାସିକିଆ ଆୟ ଭିତ୍ତିକ ଖାତାର ସୁଧ ହାର ୬.୭%ରେ ପହଞ୍ଚିଛି। ସୁଧ ହାରରେ ହୋଇଥିବା ବୃଦ୍ଧି ଅକ୍ଟୋବର ୧ରୁ ଲାଗୁ ହେବ। ତେବେ ସଞ୍ଚୟ ଜମା, ୧-୫ ବର୍ଷିଆ ଏଫ୍ଡି, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍, ସୁକନ୍ୟା ସମୃଦ୍ଧି ଯୋଜନା ଓ ପବ୍ଲିକ୍ ପ୍ରୋଭିଡେଣ୍ଟ୍ର ସୁଧ ହାର ଅପରିବର୍ତ୍ତିତ ରହିଛି।
ସ୍ବଳ୍ପ ସଞ୍ଚୟ ସ୍କିମ୍ ସୁଧ ବଢ଼ିଲା
/sambad/media/post_attachments/wp-content/uploads/2022/01/intrest-rate.jpg)