ଭୁବନେଶ୍ବର: ସ୍ମାର୍ଟ ବଜାର ଓ ସ୍ମାର୍ଟ ସୁପର‌ଷ୍ଟୋର୍‌ ପକ୍ଷରୁ ଫୁଲ୍ ପୈସା ୱସୁଲ୍ ସେଲ୍‌ ଘୋଷଣା କରାଯାଇଛି ଯାହା ଚଳିତ ମାସ ୧୨ରୁ ୧୬ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ଗ୍ରାହକମାନେ ଖାଦ୍ୟ ସାମଗ୍ରୀ, ହୋମ୍ ଆପ୍ଲାଏନ୍‌ସେସ୍‌, ପର୍ସନାଲ୍‌ କେୟାର, ହୋମ୍‌ଓୟାର, ଲଗେଜ୍‌ ଓ ପୋଷାକ ଉପରେ ଆକର୍ଷଣୀୟ ଅଫର ପାଇପାରିବେ। ଫୁଲ୍‌ ପୈସା ୱସୁଲ୍ ସେଲ୍‌ର ପ୍ରଚାର କରିବା ଲାଗି କଂପାନି ପକ୍ଷରୁ ବଲିଉଡ୍ ତାରକା ମାଧୁରୀ ଦିକ୍ଷୀତଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଏହି ସେଲ୍‌ରେ ଗ୍ରାହକମାନେ ବିସ୍କୁଟ, ଚକୋଲେଟ୍‌, ଥଣ୍ଡା ପାନୀୟ, ସାମ୍ପୁ, ସାବୁନ, ଟୁଥ୍‌ପେଷ୍ଟ୍‌, ଡିଟରଜେଣ୍ଟ୍‌ ଓ ଡିଓଡ୍ରାଣ୍ଟ୍‌ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହା ବ୍ୟତୀତ କମ୍ବୋ ଅଫର ମଧ୍ୟ ରହିଛି। ପୁରୁଷ, ମହିଳା ଓ ଶିଶୁ ପୋଷାକ ଉପରେ ୬୦% ପର୍ଯ୍ୟନ୍ତ ରିହାତି ରହିଛି। ଏହି ସେଲ୍ ସମ୍ପର୍କରେ ରିଲାଏନ୍ସ ରିଟେଲ୍‌-ଭାଲ୍ୟୁ ଫର୍ମାଟ୍‌ର ସିଇଓ ଦାମୋଦର ମଲ୍ଲ କହିଛନ୍ତି ଯେ ହୋମ୍‌ଓୟାର ଓ ପୋଷାକର ବ୍ୟାପକ ସମ୍ଭାରକୁ ନେଇ ପରିବାର ସପିଙ୍ଗ ପାଇଁ ସ୍ମାର୍ଟ ବଜାର ଏକ ଉପଯୁକ୍ତ ସ୍ଥଳ ଭାବେ ଉଭା ହୋଇଛି।