ଭୁବନେଶ୍ବର: ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)ରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍କୁ ନାଇଜର୍ର ନିର୍ଦେଶକ ପ୍ରଫେସର ସୁଧାକର ପଣ୍ଡା ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ବବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି। ଏଥିରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୨ର ସଫ୍ଟଓୟାର ଗ୍ରାଣ୍ଡ୍ ଫିନାଲେ ଅନୁଷ୍ଠିତ ହେଉଛି। ଏଥିରେ ୨୮ଟି ଟିମ୍ ତରଫରୁ ପ୍ରାୟ ୨୦୦ ପ୍ରତିଯୋଗୀ ପ୍ରତିଦ୍ବନ୍ଦ୍ବିତା କରିବେ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏଠାରେ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ପ୍ରୋବ୍ଲେମ୍ ଷ୍ଟେଟ୍ମେଣ୍ଟ୍ ପ୍ରଦାନ କରିବ। ପ୍ରତିଯୋଗିତାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୧ ଲକ୍ଷ ଟଙ୍କା, ୭୫ ହଜାର ଟଙ୍କା ଓ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ।ସ୍ମାର୍ଟ ଇଣ୍ଡିଆ ହାକାଥନ୍ ହେଉଛି ଶିକ୍ଷା ମନ୍ତ୍ରାଳୟର ଏକ ଅଭିଯାନ। ସରକାର, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସଂସ୍ଥାର ସମସ୍ୟାଗୁଡ଼ିକ ପାଇଁ ସମାଧାନ ପନ୍ଥା ବାହାର କରିବା ଲାଗି ଏହାକୁ ଆୟୋଜନ କରାଯାଉଛି। ଏଥିରେ ସଫ୍ଟଓୟାର ଓ ହାର୍ଡଓୟାରର ଦୁଇଟି ଫର୍ମାଟ୍ ରହିଛି। ଏହି ଅବସରରେ ସିଜିୟୁର ସଭାପତି ସଞ୍ଜୀବ କୁମାର ରାଉତ, କାର୍ଯ୍ୟକାରୀ କୁଳପତି ପ୍ରଫେସର ଦିଲ୍ଲୀପ କୁମାର ଦାସ, ଡିନ୍ ଇଞ୍ଜିନିୟରିଂ ପ୍ରଫେସର ପ୍ରିୟଦର୍ଶୀ କାନୁନ୍ଗୋ, ବରିଷ୍ଠ ବୈଷୟିକ ନିର୍ଦେଶକ ଏନ୍ ଆଇ ସି ସଞ୍ଜୟ କୁମାର ପାଣ୍ଡେ, ଓରାକଲ୍ ଇଣ୍ଡିଆର କୁଳପତି ଅଭିଜିତ ଖୁପରକାର ଉପସ୍ଥିତ ଥିଲେ।
‘ସିଜିୟୁ’ରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୨
/sambad/media/post_attachments/wp-content/uploads/2022/08/545465da4g65dagdgdgdgd.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)