ସ୍ମାର୍ଟଫୋନ୍ ଏବେ ଆମ ଜୀବନର ଏକ ଅଙ୍ଗ ପାଲଟିଗଲାଣି। ଗାଧୁଆଘରକୁ ବି ଲୋକେ ଫୋନ୍ ନେଇ ଯିବା ଆରମ୍ଭ କଲେଣି। ଅନ୍ୟ ସବୁ ସମୟରେ ଫୋନ୍ ପାଖରେ ରଖିବା ଭିନ୍ନ କଥା। ମାତ୍ର ଆପଣ ଶୋଇବା ବେଳେ ବିଛଣା ଉପରେ ସ୍ମାର୍ଟଫୋନ୍ ପାଖରେ ରଖୁଛନ୍ତି କି? ତାହା ଗୁରୁତର ବେମାରୀର କାରଣ ହୋଇପାରେ।
ଜାଣି ରଖନ୍ତୁ ଯେ ସ୍ମାର୍ଟଫୋନ୍ଗୁଡ଼ିକରୁ ଯେଉଁ ନୀଳ ଲାଇଟ୍ ବାହାରୁଛି ତାହା ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରିଥାଏ। କେବଳ ଫୋନ୍ ଦେଖିବା ଦ୍ୱାରା ନୁହେଁ, ବରଂ ଫୋନ୍ ପାଖରେ ରଖି ଶୋଇଲେ ବି ତାହାର ପ୍ରଭାବ ଦୃଷ୍ଟି ଶକ୍ତି ଉପରେ ପଡ଼ିଥାଏ।
ଦୃଷ୍ଟିଶକ୍ତି ବ୍ୟତୀତ ସ୍ମାର୍ଟଫୋନ୍ରୁ ବାହାରୁଥିବା କମ୍ପନ ମସ୍ତିଷ୍କ ପାଇଁ କ୍ଷତି ହୋଇଥାଏ। ଏହା ମାନସିକ ରୋଗର କାରଣ ହେବା ସହ ମସ୍ତିଷ୍କ ସହ ଯଡ଼ିତ ଅନେକ ଛୋଟ ବଡ଼ ରୋଗର କାରଣ ବନିଥାଏ। ସ୍ମରଣ ଶକ୍ତିକୁ ସ୍ମାର୍ଟଫୋନ୍ ଖୁବ୍ ଜୋର୍ ପ୍ରଭାବିତ କରିଥାଏ।
/sambad/media/post_attachments/wp-content/uploads/2018/12/images-64.jpg)
କେବଳ ସ୍ମାର୍ଟଫୋନ୍ ନୁହେଁ, ଲାପ୍ଟପ୍, ଟ୍ୟାବ୍, ଏଲ୍ଇଡି ଆଦି ଯେକୌଣସି ଡିଭାଇସ୍ରୁ ବାହାରୁଥିବା ରେଡିଏସନ୍ ନିଦ୍ରାହୀନତାର ବି କାରଣ ହୋଇଥାଏ।
ପାଖରେ ଫୋନ ରଖି ଶୋଇଲେ ଏସବୁ ସମସ୍ୟା ଘାରି ଥାଏ। ଚେଷ୍ଟା କରନ୍ତୁ ଶୋଥବା ବେଳେ ନିଜର ସ୍ମାର୍ଟଫୋନେକୁ ନିଜଠାରୁ ଦୂରେଇ ରଖିବାକୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/01_cellphone_Here’s-Why-You-Should-Stop-Using-Your-Smartphone-in-Bed—Seriously_231755569_Minerva-Studio-1024x683.jpg)