ଆପଣଙ୍କ ସ୍ମାର୍ଟଫୋନ୍‌ରେ ନକଲି କଣ୍ଟାକ୍ଟସ୍‌ ସମସ୍ୟା ଦେଖୁଛନ୍ତି କି? ଆପଣାନ୍ତୁ ଏହି ତରିକା

ସ୍ମାର୍ଟଫୋନ ଧରୁଥିବା ଅନେକ ବ୍ୟବହାରକାରୀଙ୍କ ନକଲି କଣ୍ଟାକ୍ଟସ୍‌ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଡିଲିଟ୍‌ ହୋଇ ସାରିଥିବା ପୁରୁଣା ନମ୍ବର ଦେଖିବାକୁ ମିଳିଥାଏ ତ ପୁଣି କେବେ ଗୋଟିଏ ନମ୍ବର ବାରମ୍ବାର ଦେଖିବାକୁ ମିଳିଥାଏ। ଏପରି ସମସ୍ୟାକୁ ଅଧିକାଂଶ ଫୋନ ବ୍ୟବହାରକାରୀ ସାମ୍ନା କରୁଥିବେ।

ଏହି ସମସ୍ୟାର ସହଜ ସମାଧାନ ପ୍ରକ୍ରିୟା ଆମେ ଆଜି ଆପଣଙ୍କୁ ଜଣାଇବୁ। ଆପଣଙ୍କ ପାଖରେ ଗୋଟିଏ ତରିକା ନିଶ୍ଚୟ ରହିଛି ଯେ ଆପଣ ନ ଚାହୁଁଥିବା କଣ୍ଟାକ୍ଟସଗୁଡ଼ିକୁ ଏକ ଏକ କରି ଡିଲିଟ୍‌ କରିପାରନ୍ତି। ମାତ୍ର ସବୁ ସମୟରେ ଏହା ସମ୍ଭବ ହୋଇନଥାଏ। ଚାଲନ୍ତୁ ଜାଣିବା ବିକଳ୍ପ ତରିକା।

ବେଳେ ବେଳେ କଣ୍ଟାକ୍ଟସ ଦୁଇ ଥର ଦୃଶ୍ୟର୍ମାନ ହୋଇଥାଏ। ପ୍ରଥମରେ ନମ୍ବର ରହିଥାଏ ଓ ଦ୍ୱିତୀୟରେ ଇମେଲ୍‌ ଆଇଡି ରହିଥାଏ। ଏହି ସମସ୍ୟା ଆପଣ ଦେଖୁଥିଲେ କଣ୍ଟାକ୍ଟସ ଆପ୍‌କୁ ଯାଆନ୍ତୁ। ସେଠାରେ ମେନ୍ୟୁକୁ ଚୟନ କରି ‘କ୍ଲିନ୍‌ ଅପ୍‌ ଡୁପ୍ଲିକେଟ୍‌’କୁ କ୍ଲିକ୍‌ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇପାରେ।

ଏହା ବ୍ୟତୀତ ଆହୁରି ଏକ ତରିକା ବି ଅଛି। ସାଧାରଣତଃ କଣ୍ଟାକ୍ଟସଗୁଡ଼ିକ ଜିମେଲ୍‌ରେ ରହିଥାଏ। ତେଣୁ ଆପଣ ମେଲ୍‌କୁ ଯାଇ ସେଠାରେ ଥିବା ଇନ୍‌ବକ୍ସର ବାମ ପାର୍ଶ୍ୱରେ ଡ୍ରଫ୍‌ ଅପ୍‌ସନ ଦୃଶ୍ୟମାନ ହେବ। ସେଠାକୁ ଗଲେ ଆପଣଙ୍କୁ କଣ୍ଟାକ୍ଟସ ଅପ୍‌ସନ ଦିଶିବ। ସେଠାରେ ଥିବା ଫାଇଣ୍ଡ୍‌ ଡୁପ୍ଲିକେଟ୍‌ରେ କ୍ଲ୍‌ିକ୍‌ କରି ଦେଲେ ଆପଣଙ୍କ ସମସ୍ୟା ଦୂର ହୋଇଯିବ।

 

ସମ୍ବନ୍ଧିତ ଖବର