ଭାରତରେ ଏହି ଅଂଚଳରେ ଆସନ୍ତା ୪ ତାରିଖରୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଫୋନ୍‌ ବିକ୍ରି ଆରମ୍ଭ

ବେଜିଂ: ମହାମାରୀ କରୋନା ଭାଇରସ୍‌ ପାଇଁ ଦୀର୍ଘ ଦିନ ଧରି ଲୋକେ ଘରେ ରହିବା ପରେ ଧୀରେ ଧୀରେ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି। ଦେଶରେ ଥିବା ବିଭିନ୍ନ ଅଞ୍ଚଳକୁ ଭାରତ ସରକାର ରେଡ୍‌, ଅରେଞ୍ଜ ଓ ଗ୍ରିନ୍‌ ଜୋନ୍‌ରେ ବିଭକ୍ତ କରିବା ପରେ ପରେ ରେଡ୍‌କୁ ବାଦ୍‌ ଦେଇ ଅନ୍ୟ ଦୁଇଟି ଜୋନ୍‌ରେ ଅନେକ କିଛି ନିୟମ କୋହଳ ହେବାର ସୂଚନା ରହିଛି।

ଜାଣିବାକୁ ମିଳିଛି ଯେ ଗ୍ରିନ୍‌ ଓ ଅରେଞ୍ଜ ଜେ‌ାନ୍‌ରେ ମେ ୪ ତାରିଖଠାରୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ମୋବାଇଲ୍‌ ବିକ୍ରୟ ଆରମ୍ଭ ହେବ। ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ପରି ଅନ୍‌ଲାଇନ୍‌ ସପିଂ ସାଇଟ୍‌ମାନଙ୍କରେ ଡେଲିଭରି ଏଣିକି ଆରମ୍ଭ ହେବାକୁ ଯାଉଛି।

ଗୃହ ବ୍ୟାପାର ମନ୍ତ୍ରାଳୟ(ଏମ୍‌ଏଚ୍‌ଏ) ପକ୍ଷରୁ ନିକଟରେ କୁହାଯାଇଛି ଯେ ମେ ୪ ତାରିଖ ପରଠାରୁ ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ପରି ଇ-କମର୍ସ ସାଇଟ୍‌ଗୁଡ଼ିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ କିଛି ସାମଗ୍ରୀକୁ ମଧ୍ୟ ବିକ୍ରୟ ଅନୁମତି ମିଳିବ। ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ହିଁ ଏହି ନିୟମ କୋହଳ କରାଯିବ। ଏହା କେବଳ ଗ୍ରିନ୍‌ ଓ ଅରେଞ୍ଜ ଜୋନ୍ ପାଇଁ ଏହା ଲାଗୁ ବୋଲି ଜାଣିବାକୁ ମିଳିଛି।

ମନ୍ତ୍ରାଳୟ ପକ୍ଷରୁ କଡ଼ାକଡ଼ି ଭାବେ କୁହାଯାଇଛି ଯେ ରେଡ୍‌ ଜୋନ୍‌ରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ବିକ୍ରୟକୁ ଅନୁମତି ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର